ଓଡିଶା

odisha

ETV Bharat / state

ଚା'ରେ ନିଶା ଦେଇ ଆଇସ୍କ୍ରିମ ବେପାରୀଙ୍କଠୁ ଲୁଟ୍ ଅଭିଯୋଗ - ଚା'ରେ ନିଶା ଦେଇ ଆଇସ୍କ୍ରିମ ବେପାରୀଙ୍କଠୁ ଲୁଟ୍ ଅଭିଯୋଗ

ଭଦ୍ରକ ଚରମ୍ପା ଅଞ୍ଚଳରେ ଚା' ରେ ନିଶାଦ୍ରବ୍ୟ ଦେଇ 2 ଆଇସ୍କ୍ରିମ ବେପାରୀଙ୍କ ଠାରୁ ଲୁଟ ଅଭିଯୋଗ। ଉଭୟଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : Nov 5, 2019, 9:23 PM IST


ଭଦ୍ରକ: ଚା' ରେ ନିଶାଦ୍ରବ୍ୟ ଦେଇ 2 ଆଇସ୍କ୍ରିମ ବେପାରୀଙ୍କ ଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ଭଦ୍ରକ ଚରମ୍ପା ଅଞ୍ଚଳରୁ। ଚେତାଶୂନ୍ୟ ଦୁଇ ବେପାରୀଙ୍କ ଘର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୂଆପଦା ଓ ଜଳଙ୍ଗାରେ। ଉଭୟଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।

ଐତିହାସିକ ଭଦ୍ରକ କାଳୀ ପୂଜା ପାଇଁ ଲୋକାରଣ୍ୟ ହୋଇଉଠିଛି ସାରା ସହର। ଏହି ଦୁଇ ଆଇସକ୍ରିମ ବେପାରୀ ପଥରକାଳୀ ପୂଜା ମଣ୍ଡପ ନିକଟରେ ବେପାର କରୁଥିବା ସମୟରେ ଜଣେ ବୁଲା ଦୋକାନୀ ଠାରୁ ଉଭୟେ ଚା' ପିଇଥିଲେ। ଏହା ପରେ ଦୁଇ ଜଣଙ୍କ ମୁଣ୍ଡ ବୁଲାଇବାରୁ ଦୁହେଁ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇ ପଡିଯାଇଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସ୍ଥାନୀୟ ଲୋକ ଦୁଇ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି। ଏହି ଦୁଇ ଆଇସ୍କ୍ରିମ ବେପାରୀଙ୍କ ଚେତା ଫେରିବା ପରେ ଘଟଣା ସମ୍ପର୍କରେ ଜଣାଇଛନ୍ତି ସେମାନେ। କାଳୀପୂଜା ଗହଳିରେ ଲୁଟେରା ଲୁଟ୍ ପାଇଁ ବେପାରୀଙ୍କୁ ଟାର୍ଗେଟ କରୁଥିବା ସନ୍ଦେହ କରାଯାଉଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details