ଓଡିଶା

odisha

ETV Bharat / state

ମନ୍ଦିର ତାଲା ଭାଙ୍ଗି ଲୁଟିଲେ ଦୁର୍ବୃତ୍ତ - ଭଦ୍ରକରେ ମନ୍ଦିର ତାଲା ଭାଙ୍ଗି ଲୁଟିଲେ ଦୁର୍ବୃତ୍ତ

ମନ୍ଦିର ତାଲା ଭାଙ୍ଗି ଲୁଟ୍‌ । ଭଦ୍ରକ ସହରର ପୋଷ୍ଟ ଅଫିସ ଛକ ନିକଟରେ ଥିବା ନୀଳଲୋହିତ ମନ୍ଦିରରୁ ଲୁଟ ହୋଇଥିବା ଜଣା ପଡ଼ିଛି। ମନ୍ଦିରର ଗ୍ରୀଲ ଓ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଲୁଟ କରିଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

loot from temple in bhadrak
ମନ୍ଦିର ତାଲା ଭାଙ୍ଗି ଲୁଟିଲେ ଦୁର୍ବୃତ୍ତ

By

Published : Feb 5, 2022, 1:22 PM IST

ଭଦ୍ରକ:ମନ୍ଦିର ତାଲା ଭାଙ୍ଗି ଲୁଟ । ଭଦ୍ରକ ସହରର ପୋଷ୍ଟ ଅଫିସ ଛକ ନିକଟରେ ଥିବା ନୀଳଲୋହିତ ମନ୍ଦିରରୁ ଲୁଟ ହୋଇଥିବା ଜଣାପଡ଼ିଛି। ମନ୍ଦିରର ଗ୍ରୀଲ ଓ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଲୁଟ କରିଥିବା ସୂଚନା ମିଳିଛି ।

ଭଦ୍ରକ ଜିଲ୍ଲାରେ ପୋଲିସ ଆଖିରେ ଧୂଳି ଦେଇ ଲୁଟ କଲେ ଦୁର୍ବୃତ୍ତ । ସହର ଥାନା ନିକଟରୁ ମାତ୍ର 500 ମିଟର ଦୂରରେ ଥିବା ନୀଳଲୋହିତ ମନ୍ଦିରରୁ ଲୁଟ ହୋଇଛି । ମନ୍ଦିରର ତାଲା ଓ ଗ୍ରୀଲ ଭାଙ୍ଗି ଠାକୁରଙ୍କ ପିତ୍ତଳ ପୂଜା ସାମଗ୍ରୀ ଓ ଆସବାବପତ୍ର ଦୁର୍ବୃତ୍ତମାନେ ଲୁଟ କରିଛନ୍ତି। ମନ୍ଦିରର ଗ୍ରୀଲ ଭାଙ୍ଗିଥିବା ନେଇ ମନ୍ଦିର କମିଟି ସଦସ୍ୟ ଦେଖିଥିଲେ। ପରେ ମନ୍ଦିର ଭିତରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।

ମନ୍ଦିର ତାଲା ଭାଙ୍ଗି ଲୁଟିଲେ ଦୁର୍ବୃତ୍ତ

ଏହି ଘଟଣା ନେଇ କମିଟି ପକ୍ଷରୁ ଭଦ୍ରକ ଟାଉନ ଥାନାକୁ ଅବଗତ କରାଯାଇଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details