ଭଦ୍ରକ: କୋରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ବର୍ତ୍ତମାନ ସମଗ୍ର ଦେଶ ଲକଡାଉନ । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାରେ ମଧ୍ୟ ଲକଡାଉନ କରାଯାଇଛି । ଏହି ସମୟରେ ସ୍ବାସ୍ଥ୍ୟ, ବିଦ୍ୟୁତ, ପାନୀୟଜଳ ଯୋଗାଣ, ଖାଦ୍ୟ ପରି ଅତ୍ୟାବଶ୍ୟକ ସେବା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ସରକାର ।
ଲକଡାଉନ ପ୍ରଭାବ: ଭଦ୍ରକରେ ବିଦ୍ୟୁତ ସେବା ବ୍ୟାହତ
କୋରୋନା ମହାମାରୀର ମୁକିବିଲା ପାଇଁ ସାରା ଦେଶ ଲକଡାଉନ ଥିବା ବେଳେ ଭଦ୍ରକ ଜିଲ୍ଲା ମଧ୍ୟ ଏହି ଲକଡାଉନରେ ସାମିଲ ହୋଇଛି । ସେପଟେ ଲକଡାଉନ ସମୟରେ ଅତ୍ୟାବଶ୍ୟକ ସେବା ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଭଦ୍ରକରେ ବିଦ୍ୟୁତ ଯୋଗାଣ ସେବା ବ୍ୟାହତ ହୋଇଛି । ଏନେଇ ଗ୍ରାଉଣ୍ଡ ଜିରୋରୁ ଭଦ୍ରକ ଜିଲ୍ଲା ବିଦ୍ୟୁତ ଯୋଗାଣ ବ୍ୟବସ୍ଥାର ସ୍ଥିତି ପରଖିଥିଲେ ଆମ ସମ୍ବାଦଦାତା । ଦେଖନ୍ତୁ ଏହି ରିପୋର୍ଟ...
ଲକଡାଉନ ପ୍ରଭାବ: ଭଦ୍ରକରେ ବିଦ୍ୟୁତ ସେବା ବ୍ୟାହତ
ହେଲେ ଭଦ୍ରକରେ ବ୍ୟାହତ ହୋଇଛି ବିଦ୍ୟୁତ ଯୋଗାଣ ବ୍ୟବସ୍ଥା । ଯଦ୍ବାରା ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାୱାର ହାଉସ ଠାରେ ଥିବା ପାୱାର ଟ୍ରାନ୍ସମିଶନ ପୋଡି ଯାଇଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ । ତେବେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ କିଛି ଠିକା କର୍ମଚାରୀ ମାନଙ୍କୁ ନେଇ ନେସ୍କୋ କର୍ତ୍ତୃପକ୍ଷ କାର୍ଯ୍ୟ ଜାରି ରଖିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ