ଭଦ୍ରକ:ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତାଳପଦା ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟକୁ ଭଣ୍ଡୁର ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି । କେତେକ ଖଳ ପ୍ରକୃତିର ଲୋକ ବ୍ଲକ ପ୍ରଶାସନ ନିକଟରେ ମିଥ୍ୟା ଅଭିଯୋଗ କରିଥିବା ନେଇ ମୁହଁ ଖୋଲିଛି ପଞ୍ଚାୟତ ପ୍ରଶାସନ ।
ସୂଚନା ଅନୁଯାୟୀ ଏହି ପଞ୍ଚାୟତର ୨୦୧୯-୨୦ ଆର୍ଥିକ ବର୍ଷରେ ୧୧ଟି ପ୍ରକଳ୍ପ ଲାଗି ୨୧ ଲକ୍ଷ ୫୦ ହଜାର ଟଙ୍କା ବିନିଯୋଗ ହୋଇଥିଲା । ଏଥିରେ ଗାଁ ରାସ୍ତା, ସ୍କୁଲର ପାଚେରୀ ନିର୍ମାଣ ଓ ପ୍ରୋଟେକ୍ସନ ଓ୍ବାଲ ଆଦି ପ୍ରକଳ୍ପ ନିର୍ମାଣ କରାଯାଇଛି । ଦୀର୍ଘଦିନ ଧରି ଅଧିବାସୀଙ୍କ ଅଭିଯୋଗକୁ ଭିର୍ତ୍ତି କରି ପଞ୍ଚାୟତ ପ୍ରଶାସନ ଏପରି ନିଷ୍ପତ୍ତି ନେଇଥିବା ଜଣାଯାଇଛି ।