ଓଡିଶା

odisha

ETV Bharat / state

ଭଦ୍ରକରେ ମୁଣ୍ଡ ଟେକିଲାଣି ସ୍ଥାନୀୟ ସଂକ୍ରମଣ, ଆକ୍ରାନ୍ତଙ୍କ ସଂଖ୍ୟାରେ ଲାଗିଛି ବ୍ରେକ - ଭଦ୍ରକରେ ମୁଣ୍ଡ ଟେକିଲାଣି ସ୍ଥାନୀୟ ସଂକ୍ରମଣ

ଭଦ୍ରକ ଜିଲ୍ଲାରେ ଆଜି କୋରୋନା ସଂକ୍ରମଣ ଚିହ୍ନଟ କ୍ଷେତ୍ରରେ କିଛିଟା ବ୍ରେକ ଲାଗିଛି। ହେଲେ ସ୍ଥାନୀୟ ସଂକ୍ରମଣ ଏବେ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହା ଆଗାମୀ ଦିନରେ ସଂକ୍ରମଣ ରୋକିବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରି ପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଭଦ୍ରକରେ ମୁଣ୍ଡ ଟେକିଲାଣି ସ୍ଥାନୀୟ ସଂକ୍ରମଣ, ଆଜି ଆକ୍ରାନ୍ତ ଚିହ୍ନଟରେ ଲାଗିଛି ବ୍ରେକ
ଭଦ୍ରକରେ ମୁଣ୍ଡ ଟେକିଲାଣି ସ୍ଥାନୀୟ ସଂକ୍ରମଣ, ଆଜି ଆକ୍ରାନ୍ତ ଚିହ୍ନଟରେ ଲାଗିଛି ବ୍ରେକ

By

Published : Jul 29, 2020, 12:16 PM IST

ଭଦ୍ରକ: ଜିଲ୍ଲାରେ ଆଜି କୋରୋନା ସଂକ୍ରମଣ ଚିହ୍ନଟ କ୍ଷେତ୍ରରେ କିଛିଟା ବ୍ରେକ ଲାଗିଛି। ହେଲେ ସ୍ଥାନୀୟ ସଂକ୍ରମଣ ଏବେ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଗତକାଲି ସମସ୍ତ 2 ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଆଜି ଯେଉଁ 4 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେମାନେ ସମସ୍ତେ ସ୍ଥାନୀୟ ସଂକ୍ରମିତ। ଯାହାକି ଏହା ଆଗାମୀ ଦିନରେ ସଂକ୍ରମଣ ରୋକିବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଭଦ୍ରକରେ ମୁଣ୍ଡ ଟେକିଲାଣି ସ୍ଥାନୀୟ ସଂକ୍ରମଣ, ଆକ୍ରାନ୍ତଙ୍କ ସଂଖ୍ୟାରେ ଲାଗିଛି ବ୍ରେକ

ଖବର ଅନୁଯାୟୀ ଆଜି 4 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ସମସ୍ତ 4 ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବାରୁ ଏହା ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏହି 4 ଜଣଙ୍କ ମଧ୍ୟରୁ 2 ଜଣ ଭଦ୍ରକ ପୌରାଞ୍ଚଳ, ଜଣେ ଭଦ୍ରକ ବ୍ଲକ ଓ ଅନ୍ୟ ଜଣେ ବନ୍ତ ବ୍ଲକ ଅଞ୍ଚଳରେ ବୋଲି ଜଣାପଡିଛି।

ଭଦ୍ରକରେ ମୁଣ୍ଡ ଟେକିଲାଣି ସ୍ଥାନୀୟ ସଂକ୍ରମଣ, ଆକ୍ରାନ୍ତଙ୍କ ସଂଖ୍ୟାରେ ଲାଗିଛି ବ୍ରେକ

ଅନ୍ୟ ପକ୍ଷରେ କ୍ୱାରାନଟାଇନ ସେଣ୍ଟର ରୁ ଆଜି କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ଆଜି ଏହି 4 ଜଣ କରୋନା ସଂକ୍ରମଣ ଚିହ୍ନଟ ହେବା ପରେ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 553 ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ 459 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଭଦ୍ରକରେ ମୁଣ୍ଡ ଟେକିଲାଣି ସ୍ଥାନୀୟ ସଂକ୍ରମଣ, ଆକ୍ରାନ୍ତଙ୍କ ସଂଖ୍ୟାରେ ଲାଗିଛି ବ୍ରେକ

ଯାହାକି ଗତ 24 ଘଣ୍ଟା ମଧ୍ୟରେ 27 ଜଣ ସୁସ୍ଥ ହୋଇଥିବା ଜଣାପଡିଛି। ତେବେ ଅଦ୍ୟାବଧି 92 ଜଣ ଚିକିତ୍ସିତ ହେଉଛନ୍ତି। ଅଦ୍ୟାବଧି ଜିଲ୍ଲାରୁ ମୋଟ 17350 ଟି ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି। ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details