ଓଡିଶା

odisha

ETV Bharat / state

ତିହିଡିରେ ଚୋରା ମଦ କାରବାର, 3 ଜଣଙ୍କୁ କାବୁ କଲେ ଗ୍ରାମବାସୀ - ଚୋରା ଦେଶୀ ମଦ ବନ୍ୟା

ଭଦ୍ରକ ତିହିଡି ଅଚକ ପଞ୍ଚାୟତ ଅଞ୍ଚଳରେ ଚୋରା ଦେଶୀ ମଦର ବନ୍ୟା । ଦୈନିକ ଶହ ଶହ ଲିଟର ଦେଶୀ ମଦ ବାଇକ ଓ କାରରେ ବାହାରକୁ ଚାଲାଣ କରାଯାଉଥିବା ବେଳେ 3 ଜଣଙ୍କୁ କାବୁ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ତିହିଡି ଅଚକ ପଞ୍ଚାୟତରେ ଚୋରା ମଦ କାରବାର, 3 ଜଣଙ୍କୁ କାବୁ କଲେ ଗ୍ରାମବାସୀ
ତିହିଡି ଅଚକ ପଞ୍ଚାୟତରେ ଚୋରା ମଦ କାରବାର, 3 ଜଣଙ୍କୁ କାବୁ କଲେ ଗ୍ରାମବାସୀ

By

Published : Dec 13, 2020, 10:32 AM IST

ଭଦ୍ରକ:ତିହିଡି ଅଚକ ପଞ୍ଚାୟତ ଅଧିନ ସାଆନ୍ତରାପୁର ଓ ଉତରବାହା ଗାଁରେ ଚୋରା ଦେଶୀ ମଦର ବନ୍ୟା। ଗାଁରୁ ଦେଶୀ ରନ୍ଧା ମଦ ତିଆରି ହୋଇ ବାହାରକୁ ଚାଲାଣ ହେଉଥିବା ବେଳେ ଗାଁ ମହିଳାଙ୍କ ହାତରେ ଧରା ପଡିଛି। ଖବର ଅନୁଯାୟୀ ଗାଁ ମୁଣ୍ଡ ଏକ ନିଛାଟିଆ ସ୍ଥାନରେ ଦେଶୀ ମଦ ଭାଟିରେ ବେଆଇନ ମଦ ତିଆରି ହୋଇ ଦୈନିକ ଶହ ଶହ ଲିଟର ଦେଶୀ ମଦ ବାଇକ ଓ କାରରେ ବାହାରକୁ ଚାଲାଣ କରାଯାଉଛି । ଏହି ପ୍ରସଙ୍ଗରେ ପୂର୍ବରୁ ମହିଳା ମଣ୍ଡଳ ସମେତ ଗ୍ରାମବାସୀ ବାରମ୍ବାର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।

ତିହିଡି ଅଚକ ପଞ୍ଚାୟତରେ ଚୋରା ମଦ କାରବାର, 3 ଜଣଙ୍କୁ କାବୁ କଲେ ଗ୍ରାମବାସୀ

ତେବେ ଗ୍ରାମରେ ଏକ କାର ମଧ୍ୟରେ ମଦ ବସ୍ତା ଥିବା ଦେଖି ସ୍ଥାନୀୟ ମହିଳା ଓ ଗ୍ରାମବାସୀ ମିଳିତ ଭାବେ ଚଢାଉ କରିଥିଲେ । କିନ୍ତୁ କାରରୁ ୨ ଜଣ ଖସି ପଳେଇ ଯାଇଥିବା ବେଳେ ୩ ଜଣ ଯୁବକଙ୍କୁ କାବୁ କରିଥିଲେ ଗ୍ରାମବାସୀ । ଗାଡି ଡିକିରେ ପ୍ରାୟ ୪୦ ଲିଟର ମଦ ବସ୍ତାରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ପରେ ପଚରା ଉଚୁରା କରିବା ପରେ ସେମାନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଚିତ୍ରଡାର ବୋଲି ଜଣାଯାଇଛି।

ଅଟକ ଯୁବକମାନେ ହେଲେ ବଦେନ ହାସଦା, ଲସ୍କର ହାସଦା ଓ ଭୁତାନ ହାସଦା । ଏବଂ ସେମାନେ ନିୟମିତ ଭାବେ ଏପରି ଚୋରା ମଦ କାରବାର କରୁଥିବା ସ୍ବୀକାର ମଧ୍ୟ କରିଛନ୍ତି। ଖବର ପାଇ ତିହିଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମଦ ବୋଝେଇ କାରକୁ ଜବତ କରିବା ସହ ଅଟକ ଯୁବକମାନଙ୍କୁ ପଚରା ଉଚୁରା ଜାରି ରଖିଥିବା ସୂଚନା ମିଳିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details