ଭଦ୍ରକ: କୋରୋନା କାୟାରେ କବଳିତ ସାରା ଦେଶ । ଦୁଇ ବର୍ଷ ହେବ ପୂଜା ପାର୍ବଣ ସବୁଥିରେ ଲାଗିଛି କୋରୋନାର କଳା ନଜର । ଯଦିଓ କଟକଣା ରହିଛି ବିଧି ପାଳନ କରି ସମସ୍ତ ପରମ୍ପରା ଅନୁଯାୟୀ ପୂଜା ହେଉଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଅବିଭକ୍ତ ସିନ୍ଦୋଳ ଓ ମଙ୍ଗଳପୁର ଅଞ୍ଚଳରେ 3ଟି ସ୍ଥାନରେ ଲକ୍ଷ୍ମୀନାରାୟଣ ପୂଜା ହୋଇଛି । ୧୦୦ ବର୍ଷର ପରମ୍ପରାକୁ ଭାଙ୍ଗି ପାରିନାହିଁ କୋରୋନା ।
ସିନ୍ଦୋଳ ଅଧିନ ନୂଆପାଟଣାରେ 1922 ମସିହା ଠାରୁ ପାଳିତ ହୋଇ ଆସୁଥିବା ବେଳେ ଦ୍ଵିତୀୟ ଟି ଭଦ୍ରକ-ଚାନ୍ଦବାଲି ସିନ୍ଦୋଳ ରାସ୍ତା ପାଶ୍ବରେ 1974 ମସିହାରୁ ପୂଜା ପାଇ ଆସୁଛନ୍ତି । ସେହିପରି ମଙ୍ଗଳପୁର ଅନ୍ତର୍ଗତ କନାଟିଆ ଗାଁରେ 1977 ମସିହାରୁ ଲକ୍ଷ୍ମୀନାରାୟଣ ପୂଜା ହୋଇ ଆସୁଛି । ସବୁଠି ନାରାୟଣ ମହାପ୍ରଭୁ, ମହାଲକ୍ଷ୍ମୀ ଓ ମହାସରସ୍ବତୀ ବିରାଜିତ ହୋଇଛନ୍ତି । ନୂଆପାଟଣାରେ ପାଳିତ ହୋଇ ଆସୁଥିବା ଲକ୍ଷ୍ମୀନାରାୟଣ ପୂଜାତ୍ସୋବ ଚଳିତ ବର୍ଷ ଶହେ ବର୍ଷରେ ପଦାର୍ପଣ କରିଛି । ନାରାୟଣ ପୂଜା ନାମରେ ସ୍ଥାନୀୟ ଅଞ୍ଚଳରେ ଏହା ଏକ ଗଣ ପର୍ବ ଭାବରେ ବେଶ୍ ଖ୍ୟାତି ଅର୍ଜନ କରିଛି । ମାନପଣ୍ଡା ପୋଖରୀ ଠାରୁ ନୂଆପାଟଣା ଗ୍ରାମ ରାସ୍ତାରେ ଚାଲେ ଛେରା ପହଁରାରେ। କୋରୋନା କଟକଣାରେ ସ୍ବଳ୍ପ ଭକ୍ତଙ୍କ ଗହଣରେ ଜଳଯାତ୍ରା ସହ ଛେରା ପହଁରା କରାଯାଏ । ଦିଅଁ ଦର୍ଶନ, ନେତ୍ରପଣା ଓ ଭୋଗରେ କଟକଣା କରାଯାଇଛି ।