ଭଦ୍ରକ: ଜିଲ୍ଲାରୁ ବିପୁଳ ପରିମାଣର ଦେଶୀ ରନ୍ଧାମଦ ଜବତ ହୋଇଛି । ଏଥିସହ ମାମଲାରେ ସମ୍ପୃକ୍ତ 4 ଜଣଙ୍କୁ ପୋଲିସ ଗିରଫ କରି ଥିବାବେଳେ ଗୋଟିଏ ବାଇକ୍ ଜବତ କରିଛି । ଜବତ ମଦର ଆନୁମାନିକ ମୂଲ୍ୟ ଏକ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି ।
ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବାସୁଦେବପୁର ଥାନା ଅନ୍ତର୍ଗତ ପଢୁଆଁ ବଜାର, ଚୁଡ଼ାମଣି ମେରାଇନ ଥାନା ଅନ୍ତର୍ଗତ ଚୁଡ଼ାମଣି ଗ୍ରାମ ଓ ଚୁଡ଼ାମଣି ଜେଠି ରୋଡ଼ ଏବଂ ନାଇକାଣିଡ଼ିହି ଥାନା ଅନ୍ତର୍ଗତ ବିଦେଇପୁର ଗ୍ରାମ ଅଞ୍ଚଳରେ ଚଢାଉ କରିଥିଲା । ଜିଲ୍ଲା ଅବକାରୀ ବିଭାଗ ଅଧୀକ୍ଷକ ଗୌତମ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ନିରୀକ୍ଷକ କ୍ଷିତିଶ ଦାସ, ଧନେଶ୍ୱର ବରାଡ଼ ଏବଂ ଭ୍ରାମ୍ୟମାଣ ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଏହି ଚଢାଉ କରିଥିଲା । ଚଢାଉବେଳେ 190 ଲିଟର ଦେଶୀ ରନ୍ଧା ମଦ ଓ ଗୋଟିଏ ମୋଟରସାଇକେଲ ଜବତ କରାଯାଇଛି ।