ଭଦ୍ରକ :ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା । ଗତ କିଛି ଦିନ ଧରି ଭଦ୍ରକ ସହରରେ ମାତିଛନ୍ତି ଲୁଟେରା । ଗୋଟିଏ ପରେ ଗୋଟିଏ ମନ୍ଦିରକୁ କରୁଛନ୍ତି ଟାର୍ଗେଟ । ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନାକୁ ଲାଗିଥିବା ବାବା କଦମ୍ବଶ୍ବର ମନ୍ଦିରରେ ଲୁଟ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଭଦ୍ରକ କଦମ୍ବଶ୍ବର ମନ୍ଦିରରେ ଚୋରି, ଲୁଟି ନେଲେ ପୂଜା ସାମଗ୍ରୀ ସହ ପିତ୍ତଳ ବାସନ - ମାତିଛନ୍ତି ଲୁଟେରା
ଭଦ୍ରକ ସହରରେ ମାତିଛନ୍ତି ଲୁଟେରା । ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା। ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ....
ଥାନା ପାଖ ମନ୍ଦିରରୁ ଲୁଟ; ଚୋରୀ ସାମଗ୍ରୀ ହୋଇନି ଜବତ
ଭଦ୍ରକ କଦମ୍ବଶ୍ବର ମନ୍ଦିରରେ ଚୋରି, ଲୁଟି ନେଲେ ପୂଜା ସାମଗ୍ରୀ ସହ ପିତ୍ତଳ ବାସନ
ସୂଚନା ଅନୁଯାୟୀ ବାବା କଦମ୍ବଶ୍ବର ମନ୍ଦିର ତାଲା ଭାଙ୍ଗି ଠାକୁରଙ୍କ ସମସ୍ତ ପୂଜା ସାମଗ୍ରୀ ସହ ପିତ୍ତଳ ବାସନକୁ ଲୁଟ କରିଛନ୍ତି ଲୁଟେରା । ଏ ଘଟଣା ଜଣାପଡିବା ପରେ ଥାନାରେ ଏତଲା ଦିଆଯାଇଥିଲା । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି ଥାନାକୁ ଲାଗିଥିବା ମନ୍ଦିରରେ ଲୁଟ ହେଉଥିବାବେଳେ ପୋଲିସ କିଭଳି ଟେର ପାଇ ନଥିଲା। ଯାହାକି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ
Last Updated : Nov 10, 2021, 9:16 PM IST