ଭଦ୍ରକ:ବଦ୍ୟୁତ ନେଲା ଜୀବନ । କାମ କରୁଥିବା ସମୟରେ ବିତ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଘର ଛାତ ଉପରେ କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କୁ କରେଣ୍ଟ ଲାଗିଥିଲା । ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନ ଲାଲାଜି ଗ୍ରାମଅଞ୍ଚଳରେ ଏହି ଅଘଟଣ ଘଟିଛି ।
ସୂଚନାଅନୁଯାୟୀ ସାବରଙ୍ଗ ଥାନା ଅଞ୍ଚଳର ଭରତ ବେହେରା ନିକଟସ୍ଥ ଅଣ୍ଡରେଇ ସ୍ଥିତ ଲାଲାଜି ଗାଁକୁ କାମ କରିବା ପାଇଁ ଯାଇଥିଲେ । ଜଣଙ୍କ ଘର ଛାତରେ ରାଜମିସ୍ତ୍ରୀ ସହ ହେଲପର ଭାବେ କାମ କରୁଥିଲେ ଭାରତ । କାମ କରୁଥିବା ବେଳେ କୌଣସି କାରଣରୁ ଅସାବଧାନତାବଶତଃ ଛାତରେ ଥିବା ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଭରତ ଆସିଯାଇଥିଲେ। ଫଳରେ ତାରରୁ କରେଣ୍ଟ ଲାଗି ସେ ଗୁରୁତର ଭାବେ ଆହତ ହୋଇ ତଳେ ପଡି ଯାଇଥିଲେ ।
ଏହା ବି ପଢନ୍ତୁ...ନବ ଦାସଙ୍କୁ ହତ୍ୟା: କେଉଁଠି ରହିଲା ତ୍ରୁଟି, ପୋଲିସ ସୁରକ୍ଷାରେ ଅବହେଳା ନା କର୍ମୀଙ୍କ ଭିଡ ?