ଓଡିଶା

odisha

ETV Bharat / state

70 ବର୍ଷର ସ୍ବପ୍ନ ହେବ ପୂରଣ, କୋଚିଳା ବ୍ୟାରେଜକୁ ସରକାରଙ୍କ ଗ୍ରୀନ ସିଗନାଲ - କୋଚିଳା ବ୍ୟାରେଜ ପ୍ରକଳ୍ପ

ଧାମନଗରବାସୀଙ୍କ ପାଇଁ ଖୁସିର ଖବର । କୋଚିଳା ବ୍ୟାରେଜ ପ୍ରକଳ୍ପକୁ ସରକାରଙ୍କ ଅନୁମୋଦନ । ଅଧିକ ପଢନ୍ତୁ...

Kochila Barrage project approved by the government
କୋଚିଳା ବ୍ୟାରେଜ ପ୍ରକଳ୍ପକୁ ସରକାରଙ୍କ ଅନୁମୋଦନ

By

Published : Jul 7, 2021, 8:17 AM IST

ଭଦ୍ରକ:ବନ୍ୟା ପ୍ଲାବିତ ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳବାସୀଙ୍କ ପାଇଁ ଖୁସିର ଖବର । ଧାମନଗର ବ୍ଲକର ବହୁ ପ୍ରତିକ୍ଷୀତ କୋଚିଳା ନଦୀର ବ୍ୟାରେଜ ପ୍ରକଳ୍ପକୁ ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିଛି । 360 କୋଟି ଟଙ୍କା ଏହି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଆସନ୍ତା 19 ତାରିଖ ଦିନ ହେବ ବୋଲି 5T ସଚିବ ଭିଡିଓ କନଫରେନ୍ସିଂ ଜରିଆରେ ସୂଚନା ଦେଇଛନ୍ତି । ଏହି ପ୍ରକଳ୍ପ ହେବା ଦ୍ବାରା ଧାମନଗର ବ୍ଲକରେ ବନ୍ୟା ନିୟନ୍ତ୍ରଣ ହେବା ସହ ଚାଷ ଜମିକୁ ଜଳ ସେଚନ ହୋଇପାରିବ।

କୋଚିଳା ବ୍ୟାରେଜ ପ୍ରକଳ୍ପକୁ ସରକାରଙ୍କ ଅନୁମୋଦନ

ଭଦ୍ରକ ବ୍ଲକ ପରିସରରେ ଥିବା ଭିଡିଓ କନଫରେନ୍ସିଂ ପ୍ରକୋଷ୍ଠରେ ଜିଲ୍ଲା ଯୋଜନା ବୋର୍ଡ ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ସହ 5T ସଚିବ ଏହି ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ । ପ୍ରତିବର୍ଷ ବୈତରଣୀ ଓ ଏହାର ଶାଖା ନଦୀରେ ବନ୍ୟା ଆସି ବହୁ ଧନଜୀବନ କ୍ଷୟକ୍ଷତି କରୁଛି ।

ବୈତରଣୀ ନଦୀର କୋଚିଳା ଠାରେ ଏକ ବ୍ୟାରେଜ ନିର୍ମାଣ ପାଇଁ 70 ବର୍ଷ ଧରି ଦାବି କରି ଆସୁଥିଲେ ଧାମନଗରବାସୀ । ଏହି ପ୍ରକଳ୍ପ ହେବା ଦ୍ବାରା ଧାମନଗରରେ ଚାଷୀମାନେ ଉପକୃତ ହେବା ସହ ବନ୍ୟା ଦାଉରୁ ରକ୍ଷା ପାଇପାରିବେ ବୋଲି ଜ଼ିଲ୍ଲା ଯୋଜନା ବୋର୍ଡ ସଭାପତି ବ୍ୟୋମକେଶ ରାୟ କହିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details