ଓଡିଶା

odisha

ETV Bharat / state

ବିକ୍ରି ହୋଇ ପାରୁନି ଚାଷୀଙ୍କ ଧାନ, ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ - ଚାଷୀଙ୍କ ଆନ୍ଦୋଳନ

ସରୁନି ଚାଷୀଙ୍କ ଦୁଃଖ । ବିକ୍ରି ହୋଇ ପାରୁନି ଚାଷୀଙ୍କ ଧାନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରର୍ଦଶନ । ଅଧିକ ପଢନ୍ତୁ...

kisan majdur sangha  protest in  bhadrak
ବିକ୍ରି ହୋଇ ପାରୁନି ଚାଷୀଙ୍କ ଧାନ,ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

By

Published : Mar 17, 2021, 9:18 PM IST

ଭଦ୍ରକ : ଚାଷୀଙ୍କ ଧାନକିଣାକୁ ନେଇ ଦେଖାଦେଇଛି ବିବାଦ । ଜିଲ୍ଲା କିଷାନ ମଜଦୁର ସଙ୍ଘ ପକ୍ଷରୁ ଚାଷୀଙ୍କ ଧାନ କିଣା ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ନିକଟକୁ ଯାଉଥିବା ସମୟରେ ପୋଲିସ ସେମାନଙ୍କୁ ଛାଡି ନ ଥିଲା । ଫଳରେ ଚାଷୀମାନେ ଟ୍ରାକ୍ଟର ରଖି 16 ନମ୍ବର ଜାତୀୟ ରାଜପଥକୁ ବହୁ ସମୟ ଧରି ଅବରୋଧ କରିଥିଲେ । ପରେ ପୋଲିସ ବିକ୍ଷୋଭକାରୀଙ୍କୁ ଛାଡ଼ିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖକୁ ଯାଇ ବିକ୍ଷୋଭ ପ୍ରଦର୍ଶନ ସହ ଗଣଧାରଣା ଦେଇଥିଲେ।

ବିକ୍ରି ହୋଇ ପାରୁନି ଚାଷୀଙ୍କ ଧାନ,ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଖବର ଅନୁଯାୟୀ ଭଦ୍ରକ ଗେଲଟୁଆ ପଞ୍ଚାୟତର ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ମା ତାରିଣୀ ମହାସଂଘକୁ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିଲା। ଏହି ମହାସଂଘ ମାଧ୍ୟମରେ 29 ହଜାର 724 କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଦେବା ସହ ଚାଷୀ ମାନଙ୍କୁ ଟୋକନ ମଧ୍ୟ ପ୍ରଦାନ କରାଯାଇଥିଲା। ତେବେ ବର୍ତମାନ ସୁଦ୍ଧା ମାତ୍ର 16 ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଅନୁମତି ମିଳିଛି। ଯାହା ଦ୍ବାରା ଫେବୃଆରୀ 3 ତାରିଖରୁ 10 ତାରିଖ ମଧ୍ୟରେ ଥିବା 7 ହଜାର କୁଇଣ୍ଟାଲର ଟୋକନ ଲାପ୍ସ ହୋଇଯାଇଛି । ଯାହା ଫଳରେ ଅନେକ ଚାଷୀ ଧାନ ବିକ୍ରି କରି ନପାରି ହନ୍ତସନ୍ତ ହେଉଛନ୍ତି । ଅନ୍ୟ ପକ୍ଷରେ ଟାର୍ଗେଟ ସରକାରଙ୍କ ପକ୍ଷରୁ ଦିଆଯାଉ ନଥିବା ବେଳେ, ମହାସଂଘ ଚାଷୀଙ୍କ ଧାନ କିଣିବାରୁ ବଞ୍ଚିତ ହୋଇଛି। ଏହାକୁ ନେଇ ଚାଷୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ବାରମ୍ବାର ଏନେଇ ଜିଲ୍ଲାପାଳ, ଯୋଗାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଯାହାକୁ ନେଇ ରାଷ୍ଟ୍ରୀୟ କିଷାନ ମଜଦୁର ସଙ୍ଘ ସରକାରଙ୍କ ଚାଷୀ ମାରଣା ନୀତିକୁ ବିରୋଧ କରିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details