ଓଡିଶା

odisha

By

Published : Feb 8, 2022, 7:10 PM IST

ETV Bharat / state

Panchayat Election: ମୈଦାନରେ କିନ୍ନର ପ୍ରାର୍ଥୀ, ସର୍ବାଙ୍ଗୀନ ଉନ୍ନତି ମୁଖ୍ୟ ଲକ୍ଷ୍ୟ

ଲୋକଙ୍କ ସୁଖ ଦୁଃଖର ସାଥିରେ ହେବା ପଞ୍ଚାୟତ ନିର୍ବାଚନ ଲଢୁଛନ୍ତି କିନ୍ନର ପ୍ରାର୍ଥୀ । ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି ଲୋଟନ ସେଠୀ ଓରଫ ସ୍ୱପ୍ନା କିନ୍ନର । ଅଧିକ ପଢନ୍ତୁ

Panchayat Election: ପଞ୍ଚାୟତ ନିର୍ବାଚନ ମଇଦାନରେ କିନ୍ନର ପ୍ରାର୍ଥୀ , ପ୍ରଚାର କରୁଛନ୍ତି  କିନ୍ନର ସଂଘ
Panchayat Election: ପଞ୍ଚାୟତ ନିର୍ବାଚନ ମଇଦାନରେ କିନ୍ନର ପ୍ରାର୍ଥୀ , ପ୍ରଚାର କରୁଛନ୍ତି କିନ୍ନର ସଂଘ

ଭଦ୍ରକ: ଲୋକଙ୍କ ସୁଖ ଦୁଃଖର ସାଥିରେ ହେବା ସହ ଅଞ୍ଚଳର ବିକାଶ ପାଇଁ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି କିନ୍ନର । ନିଜେ ଅନେକ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେଉଥିବାବେଳେ ଏବେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ନିର୍ବାଚନ ଲଢେଇରେ ସାମିଲ ହୋଇଛନ୍ତି । ଜିଲ୍ଲାର ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ 24 ନମ୍ବର ଜୋନରୁ ଆମ ଆଦମି ପାର୍ଟି ତରଫରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି ଲୋଟନ ସେଠୀ ଓରଫ ସ୍ୱପ୍ନା କିନ୍ନର । ନିଜ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ କରିବା ପାଇଁ ଏଥର ନିର୍ବାଚନକୁ ଆସିଥିବା କହିଛନ୍ତି । ତାଙ୍କ ପାଇଁ ଏଥର ପ୍ରଚାର କରୁଛନ୍ତି ଭଦ୍ରକ କିନ୍ନର ସଂଘର ସଦସ୍ୟ ।

Panchayat Election: ପଞ୍ଚାୟତ ନିର୍ବାଚନ ମଇଦାନରେ କିନ୍ନର ପ୍ରାର୍ଥୀ , ପ୍ରଚାର କରୁଛନ୍ତି କିନ୍ନର ସଂଘ

ଲୋଟନଙ୍କୁ ସାଙ୍ଗରେ ନେଇ ଗାଁ ଗାଁ ବୁଲୁଛନ୍ତି କିନ୍ନରମାନେ। ଲୋକଙ୍କୁ ଭୋଟ ମଧ୍ୟ ମାଗୁଛନ୍ତି । ଆଉ ସାଧାରଣ ପ୍ରାର୍ଥୀଙ୍କ ଭଳି ସେ ମଧ୍ୟ ଲୋକଙ୍କ ପାଇଁ କାର୍ଯ୍ୟ କରିପାରିବେ ବୋଲି ମଧ୍ୟ କହିଛନ୍ତି। ଆଲୋଚନା ଓ ସମାଲୋଚନାକୁ ପଛରେ ପକାଇ ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅଣ୍ଟା ଭିଡିଛନ୍ତି ସ୍ୱପ୍ନା । ତାଙ୍କ ପାଇଁ ଏବେ ପ୍ରଚାର କରୁଛନ୍ତି କିନ୍ନର ମାନେ। ସମୟ ସହ ତାଳ ଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ କିନ୍ନର ମାନେ ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିପାଦିତ କରୁଥିବା ବେଳେ ରାଜନୀତି ରେ ପ୍ରବେଶ କରିବା ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details