ଭଦ୍ରକ: କୋରୋନାର ଭୟାବହତା ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାରେ 144 ଧାରା ଜାରି କରାଯାଇଛି। ଏଥିସହ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ବଡ ବ୍ୟାବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ କରାଯାଇଛି । ତେବେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଡାକବାଜି ମାଧ୍ୟମରେ ପ୍ରଚାର ମଧ୍ୟ କରାଯାଉଛି।
କୋରୋନା ପାଇଁ ସତର୍କ ଭଦ୍ରକ ଜିଲ୍ଲା ପ୍ରଶାସନ, ଲାଗିଲା 144 ଧାରା - କୋରୋନା ଭାଇରସ ସତର୍କତା
ଭଦ୍ରକରେ କୋରୋନା ମୁକାବିଲା ନେଇ ତତ୍ପରତା ପ୍ରକାଶ କରିଛି ଜିଲ୍ଲା ପ୍ରଶାସନ । ତେବେ ଜିଲ୍ଲାରେ ପ୍ରସ୍ତୁତି ନେଇ ଆମ ସହ ସିଧାସଳଖ ଆଲୋଚନା କରିଛନ୍ତି ଜିଲ୍ଲାପାଳ ଡ଼ଃ ଜ୍ଞାନ ଦାସ । ଦେଖନ୍ତୁ ରିପୋର୍ଟ...

କୋରୋନା ନେଇ ସତର୍କ ଭଦ୍ରକ ଜିଲ୍ଲା ପ୍ରଶାସନ, ଲାଗିଲା ଧାରା 144
କୋରୋନା ନେଇ ସତର୍କ ଭଦ୍ରକ ଜିଲ୍ଲା ପ୍ରଶାସନ, ଲାଗିଲା ଧାରା 144
ଚଳିତ ମାର୍ଚ୍ଚ ମାସ 31 ତାରିଖ ପର୍ଯ୍ୟନ୍ତ ଏସମସ୍ତ କଟକଣା ଜିଲ୍ଲାରେ ବଳବତ୍ତର ରହିବ। ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇ ଜିଲ୍ଲାକୁ ଅସୁଥିବା ସମସ୍ତ ବ୍ୟକ୍ତିଙ୍କୁ ଯାଞ୍ଚ କରାଯିବ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଡ଼ଃ ଜ୍ଞାନ ଦାସ । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ କିପରି ରହିଛି ପ୍ରସ୍ତୁତି ତାହା ଆମେ ଭଦ୍ରକ ଜିଲ୍ଲାପାଳଙ୍କ ସହ ସିଧାସଳଖ ଆଲୋଚନା କରିଥିଲୁ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ