ଭଦ୍ରକ: କ୍ରିଷ୍ଣା ନାଇକ... ଘର କର୍ଣ୍ଣାଟକ ରାଜ୍ୟର ମହୀଶୂର ଅଞ୍ଚଳରେ । ସୁସ୍ଥ ସମାଜ ଗଠନର ବାର୍ତ୍ତା ନେଇ ସମଗ୍ର ଭାରତ ବର୍ଷରେ ପଦଯାତ୍ରା ଆରମ୍ଭ କରିଛନ୍ତି କ୍ରିଷ୍ଣା । ସୁସ୍ଥ ସମାଜ ପାଇଁ ଯୋଗ କରିବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି । ଏହାରି ମଧ୍ୟରେ ଓଡିଶାରେ ପହଞ୍ଚି ଯୋଗ ଶିକ୍ଷା ଦେଉଛନ୍ତି କ୍ରିଷ୍ଣା । ବିଭିନ୍ନ ଜିଲ୍ଲା ବୁଲିବୁଲି ସ୍କୁଲ ଓ କଲେଜରେ ପିଲାଙ୍କୁ ଯୋଗ ଶିକ୍ଷା ଦେଉଛନ୍ତି । ଏହି ଯୁବକ ଗତ ଏକ ମାସ ହେଲା ଓଡିଶାରେ ଅଛନ୍ତି । କିଛିଦିନ ପୂର୍ବେ ସେ ଭଦ୍ରକ ଜିଲ୍ଲାରେ ପହଞ୍ଚିଥିବା ବେଳେ ଏଠାରେ କିନ୍ତୁ କୌଣସି ସ୍ଥାନରେ ଯୋଗ ଶିକ୍ଷା ଦେଇ ନଥିଲେ ।
କ୍ରିଷ୍ଣା ପୁରୀ ଓ କୋଣାର୍କକୁ ପଦଯାତ୍ରା କରି ସେଠାରେ ଯୋଗ କରିଥିଲେ । ଓଡିଶାରେ ବିଶେଷ ଭାବରେ ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରା ତାଙ୍କୁ ପ୍ରଭାବିତ କରିଥିବା ସେ କହିଛନ୍ତି । ତେଣୁ ସେ ଜଗନ୍ନାଥ କରୁଣା ଲାଭ କରିବା ପାଇଁ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏକ ସୁସ୍ଥ ସମାଜ ଗଠନ ଦିଗରେ କର୍ଣ୍ଣାଟକ ଯୁବକଙ୍କ ଏହିପରି ପ୍ରୟାସ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ।