ଓଡିଶା

odisha

ETV Bharat / state

ବିଜୟ ଦିବସ: ଶହୀଦଙ୍କୁ ସ୍ମରଣ କଲେ ଭଦ୍ରକବାସୀ - ହୀଦଙ୍କୁ ସ୍ମରଣ କଲେ ଭଦ୍ରକବାସୀ

କାରଗିଲ ବିଦସରେ ଶହୀଦଙ୍କୁ ସ୍ମରଣ କଲେ ଭଦ୍ରକବାସୀ । ଏହି ଅବସରରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କାରଗିଲ ବିଜୟ ଦିବସ ପାଳନ କରାଯାଇଛି । ଦେଶ ମାଟି ପାଇଁ ପ୍ରଣବଳୀ ଦେଇଥିବା ଅମର ବୀର ଯବାନ ମାନଙ୍କ ବଳିଦାନ ସଦା ସ୍ମରଣୀୟ ହୋଇ ରହିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : Jul 26, 2019, 11:37 PM IST


ଭଦ୍ରକ: ଭଦ୍ରକ ଜିଲ୍ଲାରେ ଅବସରପ୍ରାପ୍ତ ସୌନିକ ସଂଘ, ଶହୀଦ ଭଗତ ସେନା ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କାରଗିଲ ବିଜୟ ଦିବସ ପାଳନ କରାଯାଇଛି । ଏହି ଅବସରରେ କାରଗିଲ ଯୁଦ୍ଧର ବୀର ଶହୀଦ ଏବଂ ଯବାନମାନଙ୍କ ଗୁଣଗାନ କରାଯାଇଥିଲା । ଏଥିସହ ଶହୀଦ ମାନଙ୍କ ସ୍ମୃତି ଚାରଣ କରାଯାଇ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଦେଶ ମାଟି ପାଇଁ ପ୍ରଣବଳୀ ଦେଇଥିବା ଅମର ବୀର ଯବାନ ମାନଙ୍କ ବଳିଦାନ ସଦା ସ୍ମରଣୀୟ ହୋଇ ରହିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା । ସେହିପରି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କାରଗିଲ ବିଜୟ ଦିବସ ପାଳନ କରାଯାଇଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ଭଦ୍ରକ ଜିଲ୍ଲାର ଏକମାତ୍ର କାରଗିଲ ଶହୀଦ ନିରଞ୍ଜନ ବେହେରାଙ୍କ ଅମର ବଳିଦାନକୁ ବଖାଣି ଥିଲେ ଉପସ୍ଥିତ ଅନେକ ପ୍ରଶାସନିକ ଅଧିକାରୀ ଏବଂ ବୁଦ୍ଧିଜୀବୀ । ତେବେ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାର ଏକମାତ୍ର କାରଗିଲ ଶହୀଦଙ୍କ ସ୍ମୃତି ରକ୍ଷା ଉଦ୍ୟେଶ୍ୟରେ କୌଣସି ବିଶେଷ ପଦକ୍ଷେପ ଗ୍ରହଣ କରାଯିବା ନେଇ ଆଭାସ ମିଳିନଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details