ଭଦ୍ରକ: ପଶ୍ଚିମବଙ୍ଗର କୋଲକାତାରୁ କନ୍ୟାକୁମାରୀ ଯାଉଥିବା କନ୍ୟାକୁମାରୀ ଏକ୍ସପ୍ରେସର ଚକରୁ ଧୂଆଁ ବାହାରୁଥିବା ଦେଖାଯାଇଛି । ଭଦ୍ରକର କେନ୍ଦୁଆପଦା ଷ୍ଟେସନରେ ଏହି ଘଟଣା ଦେଖିବାକୁ ମିଳିଛି ।
କନ୍ୟାକୁମାରୀ ଏକ୍ସପ୍ରେସରେ ଧୂଆଁ - indian railway
ଭଦ୍ରକର କେନ୍ଦୁଆପଦା ଷ୍ଟେସନରେ କନ୍ୟାକୁମାରୀ ଏକ୍ସପ୍ରେସ ଚକରୁ ଧୂଆଁ ବାହାରୁଥିବା ଦେଖାଯାଇଛି ।
![କନ୍ୟାକୁମାରୀ ଏକ୍ସପ୍ରେସରେ ଧୂଆଁ](https://etvbharatimages.akamaized.net/etvbharat/prod-images/768-512-3461926-1053-3461926-1559572694396.jpg)
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
କେନ୍ଦୁଆପଦା ଷ୍ଟେସନରେ ଶୀତତାପ ନିୟନ୍ତ୍ରିତ 4 ନମ୍ବର ବଗିରେ ଟ୍ରେନ ବ୍ରେକ ବାଇଣ୍ଡିଙ୍ଗ ଘଷି ହୋଇ ନିକଟରୁ ଧୂଆଁ ବାହାରିଥିଲା । ସେଠାରେ ଟ୍ରେନ 14 ମିନିଟ ପାଇଁ ଅଟକିଥିଲା । ଯାଞ୍ଚ ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ