ଭଦ୍ରକ : ବକେୟା ମଜୁରୀ ନମିଳିବାରୁ ଅପେରା ଗାଡି ଅଟକାଇଲେ ଯାତ୍ରା କଳାକାର । ୪ଟି ଅପେରା ଗାଡି ସହିତ ଅପେରା ମାଲିକ, ମେନେଜର ଓ ଅନ୍ଯାନ୍ଯ କର୍ମଚାରୀ ମାନଙ୍କୁ ଅଟକ କରାଯାଇଥିବା ଜଣାଯାଇଛି । କଳାକାର ମାନଙ୍କର ନ୍ୟାର୍ଯ୍ୟ ପାଉଣା ପ୍ରାୟ ଦେଢ ଲକ୍ଷ ଟଙ୍କା ଦାବି କରାଯାଉଥିବାବେଳେ ଅପେରା ମାଲିକ ହିସାବ କଲେ ଜଣା ପଡ଼ିବ ବୋଲି କହୁଛନ୍ତି। ଯାହାକୁ ନେଇ ବିବାଦ ହୋଇଥିଲା। ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପରେ ବିଚାର ବିମର୍ଷ ହୋଇଥିଲା ।
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ଖଡିଜାଆଣ ଗାଁରେ। କଳାକାରଙ୍କୁ ମଜୁରୀ ମିଳିନଥିବାରୁ ଏହି କଳାକାରମାନେ ଘରେ ରହି କିପରି ଚଳିବେ ସେନେଇ ଗାଡି ଅଟକାଇ ଏପରି ପ୍ରତିବାଦ କରାଯାଇଥିବା ବେଶ ବାରି ହୋଇଛି । ବିଶ୍ବନାଥ ଅପେରାର ଏହି କଳାକାର ମାନେ ମାଲିକ ସହିତ ହୋଇଥିବା ଚୁକ୍ତି ଅନୁଯାୟୀ ମଜୁରୀ ପ୍ରଦାନ କରିବାରେ ମାଲିକ ଖିଲାପ କରିଥିବା ଅଭିଯୋଗ ହୋଇଛି ।