ଓଡିଶା

odisha

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ

By

Published : Dec 6, 2019, 4:59 AM IST

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ । ଏହି ଯୋଜନାରେ ହିତାଧିକାରୀ ଚୟନ କରି କାର୍ଯ୍ୟାଦେଶ ଦେବା ସମୟରେ ସ୍ବଚ୍ଛତା ରକ୍ଷା କରିବାକୁ ଜିଲ୍ଲାପାଳଙ୍କୁ ଦାବି ହୋଇଛି ।

Irregularity in Prime Minister Housing Scheme
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ । ଏଭଳି ଅଭିଯୋଗ ହୋଇଛି ଭଦ୍ରକ ଜିଲ୍ଲା ଗୁଜିଦରଡା ପଞ୍ଚାୟତରେ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ

ଉକ୍ତ ପଞ୍ଚାୟତରେ ଆବାସ ଯୋଜନା ପାଇଁ 380 ଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବାବେଳେ ପ୍ରାୟ 360 ଜଣଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିବା ଜଣାପଡିଛି । ମାତ୍ର ପ୍ରସ୍ତୁତ ହୋଇଥିବା କ୍ରମିକ ନମ୍ବରକୁ ବିଭାଗୀୟ କର୍ତ୍ତୃପକ୍ଷ ସଠିକ୍ ଭାବେ ପାଳନ କରୁନଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତର ଯୋଗ୍ୟ ହିତାଧିକାରୀ । ତେଣୁ ହିତାଧିକାରୀଙ୍କୁ ମନୋନୟନ କରି କାର୍ଯ୍ୟାଦେଶ ଦେବା ସମୟରେ ସ୍ବଚ୍ଛତା ରକ୍ଷା କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ଗୁଜିଦରଡା ପଞ୍ଚାୟତର ହିତାଧିକାରୀ । ଯଦି ଆଗାମୀ ଦିନରେ ଏଦିଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନହୁଏ, ତେବେ ଏସମସ୍ତ ହିତାଧିକାରୀ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details