ଓଡିଶା

odisha

ETV Bharat / state

ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କୁ ମିଳିଛି ମାର୍କ; ବିଧାନସଭାରେ ଉଠିବ ‘ଓପିଏସସି ଝଡ’ - ଶୀତ ଅଧିବେଶନ

‘ଇଟିଭି ଭାରତ’ରେ ଖବର ପ୍ରସାରଣ ପରେ ପଦାରେ ପଡିଲା ଓପିଏସସିର ଦାୟିତ୍ବହୀନତା । ଓପିଏସସି ଖାତା ମୂଲ୍ୟାୟନରେ ହୋଇଛି ବିରାଟ ବିଭ୍ରାଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : Aug 9, 2019, 10:08 PM IST

Updated : Aug 10, 2019, 5:38 PM IST

ଭଦ୍ରକ: ‘ଇଟିଭି ଭାରତ’ରେ ଖବର ପ୍ରସାରଣ ପରେ ପଦାରେ ପଡିଲା ଓପିଏସସିର ଦାୟିତ୍ବହୀନତା । ଓପିଏସସି ଖାତା ମୂଲ୍ୟାୟନରେ ହୋଇଛି ବିରାଟ ବିଭ୍ରାଟ । 117 ନମ୍ବରକୁ ଜାଲିଆତି କରି 50 ନମ୍ବର କରାଯିବା ପରେ ଆଉ ଏକ ଜାଲିଆତି ସାମ୍ନାକୁ ଆସିଛି । ତାହା ହେଲା, ଅନୁପସ୍ଥିତ ଥିବା ଜଣେ ପରୀକ୍ଷାର୍ଥୀଙ୍କୁ 250 ନମ୍ବରରୁ ମିଳିଛି 230 ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ


ତେବେ ଓପିଏସସିରେ ବିଭ୍ରାଟ ନେଇ ଆଗାମୀ ଶୀତ ଅଧିବେଶନରେ ବିଧାନସଭାରେ ତୁମୁଳ ଝଡ ହେବ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ।

ଓଡିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଖାତା ମୂଲ୍ୟାୟନରେ ଗୁରୁତ୍ବପୂର୍ଣ୍ଣ ତ୍ରୁଟି । ପରୀକ୍ଷାର୍ଥୀଙ୍କ ଖାତା ମୂଲ୍ୟାୟନ ନେଇ ତ୍ରୁଟି ପଦାରେ ପଡିବା ପରେ ଓପିଏସସିର ସ୍ବଚ୍ଛତା ଉପରେ ଏବେ ଉଠିଛି ବିରାଟ ପ୍ରଶ୍ନ । ଫଳରେ ଓଏସ ପାଇବାରୁ ବଞ୍ଚିତ ହୋଇଛନ୍ତି ଯୋଗ୍ୟ ପରୀକ୍ଷାର୍ଥୀ। ଯାହାର ପ୍ରମାଣ ଲାଗିଛି ‘ଇଟିଭି ଭାରତ’ ହାତରେ ।

ରଜତ କୁମାର ମିଶ୍ରଙ୍କ ଖାତା ମୂଲ୍ୟାୟନରେ ତ୍ରୁଟି ଘଟଣା ପଦାକୁ ଆସିବା ପରେ ଆହୁରି ଏକ ଜାଲିଆତି ଘଟଣା ପଦାକୁ ଆସିଛି। ଅନୁପସ୍ଥିତ ଥିବା ପରୀକ୍ଷାର୍ଥୀ କିପରି 250 ନମ୍ବର ରୁ 230, 170 ଏବଂ 70 ନମ୍ବର ପାଇଲେ ? ଏପଟେ ସବଠୁ ଆଶ୍ଚର୍ଯ୍ୟର କରିଛି, ଜଣେ ପରୀକ୍ଷାର୍ଥୀ 250 ରୁ 250 ନମ୍ବର ପାଇଛନ୍ତି । ଏନେଇ ପୂର୍ବତନ ବିଚାରପତି ଏବଂ ପରୀକ୍ଷାର୍ଥୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପରୀକ୍ଷାର୍ଥୀ ଓପିଏସସିର ଏହିପରି ଦାୟିତ୍ବହୀନତା ବିରୋଧରେ ବିଚାର ବିଭାଗର ଦ୍ବାରସ୍ଥ ହେଲେ ନିଶ୍ଚୟ ନ୍ୟାୟ ପାଇବେ ବୋଲି ମତ ପ୍ରକାଶ କରିଛନ୍ତି ପୂର୍ବତନ ବିଚାରପତି ।

ଓଡିଶା ସିଭିଲ୍‌ ସର୍ଭିସ ପରୀକ୍ଷା ରେ ହୋଇଥିବା ଜାଲିଆତି ନେଇ ଆମେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। 117 ନମ୍ବରକୁ କଟାଯାଇ ଲେଖାଯାଇଥିବା 50 ନମ୍ବର ଏବଂ ଅନୁପସ୍ଥିତ ଥିବା ପରୀକ୍ଷାର୍ଥୀ ନମ୍ବର ପାଇବା ଘଟଣାକୁ ନେଇ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ଆଗାମୀ ଶୀତ ଅଧିବେଶନ ରେ ବିଧାନସଭା ରେ ତୁମୁଳ ଝଡ଼ ହେବ ବୋଲି ଚେତାବନୀ ଦେଇଛନ୍ତି ସେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Aug 10, 2019, 5:38 PM IST

ABOUT THE AUTHOR

...view details