ଓଡିଶା

odisha

ETV Bharat / state

କୋଭିଡ ଆକ୍ରାନ୍ତଙ୍କୁ ଛାଡିଲେ ନାହିଁ ଅନ୍ତେବାସୀ - inmates demanding swab test

ସଂକ୍ରମଣ ଭୟ । ସ୍ବାବ ଟେଷ୍ଟ ଅଡି ବସି କୋଭିଡ ଆକ୍ରାନ୍ତଙ୍କୁ ଛାଡିଲେ ନାହିଁ ଅନ୍ତେବାସୀ । ଅଧିକ ପଢନ୍ତୁ...

କୋଭିଡ ଆକ୍ରାନ୍ତଙ୍କୁ ଛାଡିଲେ ନାହିଁ ଅନ୍ତେବାସୀ
କୋଭିଡ ଆକ୍ରାନ୍ତଙ୍କୁ ଛାଡିଲେ ନାହିଁ ଅନ୍ତେବାସୀ

By

Published : Jun 9, 2020, 7:21 AM IST

ଭଦ୍ରକ: ସ୍ବାବ ଟେଷ୍ଟ ଦାବି କରି କୋଭିଡ ଆକ୍ରାନ୍ତଙ୍କୁ ନେବାକୁ ଆସିଥିବା ଗାଡିକୁ ଛାଡିଲେନି ଅନ୍ତେବାସୀ। ବାଧ୍ୟ ହୋଇ ଆକ୍ରାନ୍ତଙ୍କ ବିନା ଫେରିଲା ଆମ୍ବୁଲାନ୍ସ ଗାଡି । ଘଟଣା ଘଟିଛି ଭଣ୍ଡାରୀପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ମହୁରା କ୍ବାରେଣ୍ଟାଇନ ସେଣ୍ଟର।

କୋଭିଡ ଆକ୍ରାନ୍ତଙ୍କୁ ଛାଡିଲେ ନାହିଁ ଅନ୍ତେବାସୀ
କୋଭିଡ ଆକ୍ରାନ୍ତଙ୍କୁ ଛାଡିଲେ ନାହିଁ ଅନ୍ତେବାସୀ

ଏହି କ୍ବାରେଣ୍ଟାଇନ ସେଣ୍ଟରରେ 35 ଜଣ ଅନ୍ତେବାସୀ ଥିଲେ। ଜଣଙ୍କର ଗତକାଲି ପଜିଟିଭି ବାହାରି ଥିଲା। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଆସିଥିଲା । ଏହାକୁ କେନ୍ଦ୍ର କରି ଆଜି ଅନ୍ୟ ଅନ୍ତେବାସୀ ନିଜର ସ୍ବାବ ଟେଷ୍ଟ ପାଇଁ ଅଡି ବସିଥିଲେ। ଏପରିକି ସେ ପଜିଟିଭି ଆକ୍ରାନ୍ତଙ୍କୁ ଛାଡି ନଥିଲେ। ଫଳରେ ବାଧ୍ୟ ହୋଇ ଆମ୍ବୁଲାନ୍ସ ଫେରିଯାଇଥିଲା।

କ୍ବାରେଣ୍ଟାଇନ ସେଣ୍ଟରରେ ଉତ୍ତେଜନାକୁ ଦେଖି ଧାମନଗର ପୋଲିସ ଓ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଛି। ହେଲେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details