ଭଦ୍ରକ: ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ଆଜି ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଯାହାକି ଗୋଷ୍ଠୀ ସଂକ୍ରମଣ ଆଡେ ଏହା ଗତି କରୁଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।
ଶୁକ୍ରବାର ଚିହ୍ନଟ 118 ଜଣଙ୍କ ମଧ୍ୟରୁ ମାତ୍ର 8 ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ 110 ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି। ଯାହା ଏବେ ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।
ଭଦ୍ରକରେ କୋରୋନା ଗୋଷ୍ଠୀ ସଂକ୍ରମଣ ମୁହାଁ, ଦିନକରେ 118 ଆକ୍ରାନ୍ତ ଚିହ୍ନଟ ଆଜି(ଶୁକ୍ରବାର) 118 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1201 ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 876 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହାକି ଗତ 24 ଘଣ୍ଟା ମଧ୍ୟରେ 60 ଜଣ ସୁସ୍ଥ ହୋଇଥିବା ଜଣାପଡିଛି।
ତେବେ ଅଦ୍ୟାବଧି 421 ଜଣ ଚିକିତ୍ସିତ ହେଉଛନ୍ତି। ଅନ୍ୟ ପକ୍ଷରେ କିଲର କୋରୋନା ଜିଲ୍ଲାରେ 4 ଟି ମୁଣ୍ଡ ନେଲାଣି। ଅଦ୍ୟାବଧି ଜିଲ୍ଲାରୁ ମୋଟ 29065 ଟି ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି। ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ