ଓଡିଶା

odisha

ETV Bharat / state

ନଳଗୋହିରାରେ ଜିଲ୍ଲାର ପ୍ରଥମ ୱାଟର ଏଟିଏମ, ବାଟୋଇଙ୍କୁ ମିଳିବ ବିଶୁଦ୍ଧ ଜଳ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନଳଗୋହିରା ପଞ୍ଚାୟତର ସ୍ଥାନୀୟ ମାର୍କେଟରେ ଜିଲ୍ଲାର ପ୍ରଥମ ୱାଟର ଏଟିଏମ ସ୍ଥାପନ ହୋଇଛି । ଚାନ୍ଦବାଲି ବ୍ଲକର ନଳଗୋହିରା ମାର୍କେଟ ଦେଇ ଧାମରା, ମତୋ, ଜଳଧରପୁର, ଅଞ୍ଚଳକୁ ଯାତାୟତ କରୁଥିବା ବାଟୋଇଙ୍କ ଶୋଷ ମେଣ୍ଟାଇଛି ଏହି ୱାଟର ଏଟିଏମ । ୱାଟର ଏଟିଏମରେ 1 ଟଙ୍କା ଭର୍ତ୍ତି କଲେ ଏକ ଲିଟର ବିଶୁଦ୍ଧ ପାଣି ମିଳୁଛି ।

ନଳଗୋହିରାରେ ଜିଲ୍ଲାର ପ୍ରଥମ ୱାଟର ଏଟିଏମ, ବାଟୋଇଙ୍କୁ ମିଳିବ ବିଶୁଦ୍ଧ ଜଳ
ନଳଗୋହିରାରେ ଜିଲ୍ଲାର ପ୍ରଥମ ୱାଟର ଏଟିଏମ, ବାଟୋଇଙ୍କୁ ମିଳିବ ବିଶୁଦ୍ଧ ଜଳ

By

Published : Oct 19, 2020, 7:47 AM IST

Updated : Oct 19, 2020, 1:04 PM IST

ଭଦ୍ରକ: ଦିନକୁ ଦିନ ଜଳ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁ ଠୁ ସହର ଯାଏଁ, ବିଭିନ୍ନ ଛକ ବଜାରରେ ସ୍ଥାପନ ହେଉଛି ୱାଟର ଏଟିଏମ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନଳଗୋହିରା ପଞ୍ଚାୟତର ସ୍ଥାନୀୟ ମାର୍କେଟରେ ଜିଲ୍ଲାର ପ୍ରଥମ ୱାଟର ଏଟିଏମ ସ୍ଥାପନ ହୋଇଛି ।

ନଳଗୋହିରାରେ ଜିଲ୍ଲାର ପ୍ରଥମ ୱାଟର ଏଟିଏମ, ବାଟୋଇଙ୍କୁ ମିଳିବ ବିଶୁଦ୍ଧ ଜଳ

ଅଞ୍ଚଳର ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ଯୁବସରପଞ୍ଚ ଇଂ ଆଶୁତୋଷ ଭୋଇ ଏହି ପ୍ରକାର ପଦକ୍ଷେପ ନେଇଥିବା ଜଣାପଡିଛି । ଚାନ୍ଦବାଲି ବ୍ଲକର ନଳଗୋହିରା ମାର୍କେଟ ଦେଇ ଧାମରା, ମତୋ, ଜଳଧରପୁର, ଅଞ୍ଚଳକୁ ଯାତାୟତ କରୁଥିବା ବାଟୋଇଙ୍କ ଶୋଷ ମେଣ୍ଟାଇଛି ଏହି ୱାଟର ଏଟିଏମ । ବଜାରରେ ଶୁଦ୍ଧ ପାନୀୟ ବୋତଲ ପିଛା 15 ଟଙ୍କାରୁ 20 ଟଙ୍କାରେ ମିଳୁଥିବାବେଳେ ନଳଗୋହିରା ମାର୍କେଟରେ ୱାଟର ଏଟିଏମରେ 1 ଟଙ୍କା ଭର୍ତ୍ତି କଲେ ଏକ ଲିଟର ବିଶୁଦ୍ଧ ପାଣି ମିଳୁଛି । ବିଶେଷକରି ସବୁବର୍ଗ ଲୋକଙ୍କୁ ସରକାରଙ୍କ ଏହି ପାନୀୟ ଜଳ ପ୍ରକଳ୍ପ ସୁହାଉଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Oct 19, 2020, 1:04 PM IST

ABOUT THE AUTHOR

...view details