ଓଡିଶା

odisha

ETV Bharat / state

ଭଦ୍ରକରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଅକ୍ରମଣ - deadly attack

ଚାନ୍ଦବାଲି ସଦର ବଜାରରେ ପୂର୍ବ ବିବାଦକୁ ନେଇ ଦିଲ୍ଲୀପ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରତିପକ୍ଷ ପକ୍ଷରୁ ମରଣାନ୍ତକ ଆକ୍ରମଣ କରାଯାଇଛି। ପରେ ଆକ୍ରମଣକାରୀ ଫେରାର ହୋଇ ଯାଇଥିଲେ।

ଭଦ୍ରକରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାତ୍ମକ ଅକ୍ରମଣ
ଭଦ୍ରକରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାତ୍ମକ ଅକ୍ରମଣ

By

Published : Aug 4, 2020, 10:44 PM IST

ଭଦ୍ରକ: ଜିଲ୍ଲା ଚାନ୍ଦବାଲିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଅକ୍ରମଣ। ଜଣଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କଲା ଚାନ୍ଦବାଲି ପୋଲିସ। ଚାନ୍ଦବାଲି ସଦର ବଜାରରେ ପୂର୍ବ ବିବାଦକୁ ନେଇ ଦିଲ୍ଲୀପ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରତିପକ୍ଷ ପକ୍ଷରୁ ମରଣାନ୍ତକ ଆକ୍ରମଣ କରାଯାଇଛି। ପରେ ଆକ୍ରମଣକାରୀ ଫେରାର ହୋଇ ଯାଇଥିଲେ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ସଙ୍କଟାପନ୍ନ ଅବସ୍ଥାରେ ଦିଲ୍ଲୀପଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦିଲ୍ଲୀପ ସାହୁଙ୍କ ଘର ସଦର ଚାନ୍ଦବାଲି ବରେଇଁପୁର ଗାଁର ବୋଲି ଜଣାପଡ଼ିଛି। ଜୁଲାଇ ମାସ ମାସ ୧୪ ତାରିଖରେ ସଦର ଚାନ୍ଦବାଲି ବଜାରରେ ଦିଲ୍ଲୀପ ସାହୁ ଓ ତାଙ୍କର ପ୍ରତିପକ୍ଷ ମଧ୍ୟରେ କୌଣସି କାରଣରୁ ବିବାଦ ଉପୁଜିଥିଲା ବୋଲି ଜଣାପଡିଛି। ଆଜି ପ୍ରତିପକ୍ଷମାନେ ଦିଲ୍ଲୀପଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯିବା ପରେ ଘଟଣାସ୍ଥଳରୁ ଦିଲ୍ଲୀପକୁ ପୋଲିସ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଭଦ୍ରକରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାତ୍ମକ ଅକ୍ରମଣ

ଅନ୍ୟପକ୍ଷରେ ଏହି ଘଟଣାରେ ଦିଲ୍ଲୀପ ସାହୁଙ୍କ ପରିବାର ଲୋକେ, ଚାନ୍ଦବାଲି ପୋଲିସ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିବାରୁ ଆଜି ପୁଣି ଥରେ ଅଭିଯୁକ୍ତମାନେ ଆକ୍ରମଣ କଲେ ବୋଲି ଅଭିଯୋଗ କରିଛନ୍ତି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details