ଓଡିଶା

odisha

ETV Bharat / state

ମାସକ ପରେ ବିଦାୟ ନେଲେ ଟୋକା ଗଣେଶ - ଭଦ୍ରକ ଟୋକା ଗଣେଶ

ଗୋଟିଏ ମାସ ଧରି ପୂଜା ପାଇବା ପରେ ଗୁରୁବାର ଭଦ୍ରକ ଜିଲ୍ଲା ଟୋକା ଗଣେଶଙ୍କୁ ସାଳନ୍ଦୀ ନଦୀରେ ବିସର୍ଜନ କରାଯାଇଛି । ହଜାର ହଜାର ଶ୍ରଦ୍ଧାଳୁ ଏହି ବସର୍ଜନ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ଅଧିକ ପଢ଼ନ୍ତୁ...

ଟୋକା ଗଣେଶଙ୍କ ବିସର୍ଜନ

By

Published : Oct 3, 2019, 11:27 PM IST

ଭଦ୍ରକ: ଗଣେଶ ଚତୁର୍ଥୀରୁ ମଣ୍ଡପରେ ପୂଜା ପାଇ ଆସୁଥିବା ଟୋକା ଗଣେଶଙ୍କୁ ଶୋଭାଯାତ୍ରାରେ ନିଆଯାଇ ବିସର୍ଜିତ କରାଯାଇଛି । ହଜାର ହଜାର ଶ୍ରଦ୍ଧାଳୁ ପାରମ୍ପରିକ ବାଦ୍ୟର ତାଳେ ତାଳେ ଗଣପତିଙ୍କୁ ଶୋଭାଯାତ୍ରାରେ ନେଇଥିଲେ।

ଟୋକା ଗଣେଶଙ୍କ ବିସର୍ଜନ

ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବାଦ୍ୟ ଦଳ ଏହି ଶୋଭାଯାତ୍ରାରେ ଭାଗ ନେଇଥିଲେ। ଭଦ୍ରକର ବହୁ ଶ୍ରଦ୍ଧାଳୁ ଚଳିତ ବର୍ଷର ଟୋକା ଗଣେଶଙ୍କ ବିଦାୟ ଦର୍ଶନ ପାଇଁ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଟୋକା ଗଣେଶଙ୍କୁ ସାଳନ୍ଦୀ ନଦୀରେ ବସର୍ଜନ କରାଯାଇଥିବା ବେଳେ ଭସାଣୀ ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details