ଓଡିଶା

odisha

ETV Bharat / state

ଚୋରା ମଦ ବେପାରୀକୁ କାବୁ କରି ଛାଞ୍ଚୁଣୀରେ ପିଟିଲେ ମହିଳା - ଚୋରା ମଦ ବେପାରୀ

ବିଭିନ୍ନ ସମାଜିକ ସଂଗଠନର କର୍ମୀମାନଙ୍କ ସହଯୋଗ କ୍ରମେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୋହ୍ଲ-କମାରିଆ ମଧ୍ୟରେ ମହିଳାମାନେ ଚୋରା ମଦ ବେପାରୀକୁ କାବୁ କରିଥିବା ସୂଚନା ମିଳିଛି ।

ଚୋରା ମଦ ବେପାରୀକୁ କାବୁ କରି ଛାଞ୍ଚୁଣୀରେ ପିଟିଲେ ମହିଳା
ଚୋରା ମଦ ବେପାରୀକୁ କାବୁ କରି ଛାଞ୍ଚୁଣୀରେ ପିଟିଲେ ମହିଳା

By

Published : Sep 24, 2020, 11:41 AM IST

ଭଦ୍ରକ: ଚୋରା ମଦ ବେପାରୀକୁ କାବୁ କଲେ ମହିଳା । ବିଭିନ୍ନ ସମାଜିକ ସଂଗଠନର କର୍ମୀମାନଙ୍କ ସହଯୋଗ କ୍ରମେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୋହ୍ଲ-କମାରିଆ ମଧ୍ୟରେ ମହିଳାମାନେ ଚୋରା ମଦ ବେପାରୀକୁ କାବୁ କରିଥିବା ସୂଚନା ମିଳିଛି । ଏକ ବାଇକରେ 9 ପେଟି ଦେଶୀ ମଦ ଧରି ସଂପୃକ୍ତ ବେପାରୀ ବିଭିନ୍ନ ଛକ ବଜାରରେ ବିକ୍ରି କରୁଥିବା ଜଣାପଡ଼ିଛି।

ଚୋରା ମଦ ବେପାରୀକୁ କାବୁ କରି ଛାଞ୍ଚୁଣୀରେ ପିଟିଲେ ମହିଳା

ତେବେ ଏହି ମହିଳାମାନେ ମଦ ବୋତଲକୁ ଭାଙ୍ଗିବା ସହିତ ବେପାରୀ ଉପରେ ମଦ ଢାଳି ତୁହାକୁ ତୁହା ଛାଞ୍ଚୁଣୀ ଓ ପହଁରାରେ ପିଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଶେଷରେ ମହିଳାମାନେ ଚୋରା ବେପାରୀକୁ ଧରି ମଦ ସହିତ ଥାନାରେ ଜିମା ଦେଇଥିବା ଜଣାଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details