ଭଦ୍ରକ: ଲକଡାଉନ ସମୟରେ ଆମ୍ବୁଲାନ୍ସ ଯୋଗେ ବେଆଇନ ଭାବେ ଯାତ୍ରୀ ପରିବହନ କରାଯାଉଛି । ଖବରପାଇ 16 ନମ୍ବର ଜାତୀୟ ରାଜପଥର ଚରମ୍ପା ନିକଟରେ ପରିବହନ ବିଭାଗ ଓ ପୋଲିସର ମିଳିତ ଚଢାଉ କରାଯାଇଥିବାବେଳେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି।
ଆମ୍ବୁଲାନ୍ସରେ ବେଆଇନ ଯାତ୍ରୀ ପରିବହନ, ଲାଗିଲା ଜୋରିମାନା - ଭଦ୍ରକରୁ ଆମ୍ବୁଲାନ୍ସ ଜବତ
ଜାରି ରହିଛି ଲକଡାଉନ । ଏହି ସମୟରେ ଆମ୍ବୁଲାନ୍ସରେ ବେଆଇନ ଯାତ୍ରୀ ପରିବହନ ବେଳେ ଭଦ୍ରକ ପୋଲିସର ଚଢାଉ । ଡ୍ରାଇଭର ଫେରାର । ଅଧିକ ପଢନ୍ତୁ...
![ଆମ୍ବୁଲାନ୍ସରେ ବେଆଇନ ଯାତ୍ରୀ ପରିବହନ, ଲାଗିଲା ଜୋରିମାନା Illegal passenger](https://etvbharatimages.akamaized.net/etvbharat/prod-images/768-512-6574015-381-6574015-1585395240577.jpg)
ଆମ୍ବୁଲାନ୍ସରେ ବେଆଇନ ଯାତ୍ରୀ ପରିବହନ
ତେବେ ବେଆଇନ ଯାତ୍ରୀ ପରିବହନ ପାଇଁ ଆମ୍ବୁଲାନ୍ସକୁ 31 ହଜାର 500 ଟଙ୍କାର ଜୋରିମାନା ଧାର୍ଯ୍ୟ ହୋଇଛି। ଭଦ୍ରକ ଟାଉନ ଥାନାରେ ଆମ୍ବୁଲାନ୍ସକୁ ଅଟକ ରଖିଛି ପୁଲିସ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ