ଓଡିଶା

odisha

ETV Bharat / state

ବେଆଇନ ଗୋଚାଲାଣ: ଗାଡ଼ି ଜବତ, ଡ୍ରାଇଭର ଫେରାର - ଭଦ୍ରକରେ ଚାଲୁଥିଲା ବେଆଇନ ଗୋଚାଲାଣ

ବେଆଇନ ଭାବେ ଚାଲାଣ କରାଯାଉଥିବା ଗୋରୁଙ୍କୁ ଉଦ୍ଧାର କରିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ପୋଲିସ । ଅଧିକ ପଢ଼ନ୍ତୁ

ଭଦ୍ରକରେ ଚାଲୁଥିଲା ବେଆଇନ ଗୋଚାଲାଣ, ଗାଡ଼ି ଜବତ ଡ୍ରାଇଭର ଫେରାର
ଭଦ୍ରକରେ ଚାଲୁଥିଲା ବେଆଇନ ଗୋଚାଲାଣ, ଗାଡ଼ି ଜବତ ଡ୍ରାଇଭର ଫେରାର

By

Published : May 21, 2022, 10:51 PM IST

ଭଦ୍ରକ : ଅତି ନିର୍ଦ୍ଦୟ ତଥା ବେଆଇନ ଭାବେ ଚାଲାଣ କରାଯାଉଥିବା ଗୋରୁଙ୍କୁ ଉଦ୍ଧାର କରିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ପୋଲିସ । ଦିନକୁ ଦିନ ଗୋରୁ ଚାଲାଣକାରୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଏହାକୁ ରୋକିବା ପାଇଁ ବଜରଙ୍ଗଦଳ ଠାରୁ ଆରମ୍ଭ କରି ଆରଏସଏସ ଏବଂ ପୁଲିସ ପର୍ଯ୍ୟନ୍ତ ସମସ୍ତେ ପ୍ରୟାସ ଜାରି ରଖିଥିବା ଜଣାପଡ଼ିଛି । ତଥାପି ଏମାନଙ୍କ ଆଖିରେ ଧୂଳି ଦେଇ ଖସି ଯାଉଛନ୍ତି ଏହି ଗୋ ମାଫିଆମାନେ ।

ଭଦ୍ରକରେ ଚାଲୁଥିଲା ବେଆଇନ ଗୋଚାଲାଣ, ଗାଡ଼ି ଜବତ ଡ୍ରାଇଭର ଫେରାର

ତେବେ ଆଜି ପୀରହାଟ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ସନ୍ଥପୁରା ଛକ ନିକଟରେ ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ଯାଉଥିବା ଗୋରୁ ଚାଲାଣ ଗାଡ଼ି ସହ ସାମ୍ନାସାମ୍ନି ହୋଇଥିଲା । ପୋଲିସକୁ ଦେଖିବା ପରେ ଭୟରେ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନକୁ ଏକ ଗାଁ ଅଭିମୁଖେ ନେଇ ଡ୍ରାଇଭର ଛାଡି ଫେରାର ହୋଇ ଯାଇଛି ।

ପୁଲିସ ଗାଡ଼ିର ପିଛା କରି ଗାଁରେ ପହଞ୍ଚି ଗାଡ଼ିଟିକୁ ଜବତ କରିବା ସହ ବେଆଇନ ଭାବେ ଚାଲାଣ ହେଉଥିବା ୬ଟି ଗୋରୁଙ୍କୁ ଉଦ୍ଧାର କରିଛି । ଏହାସହ ଗାଡି ମାଲିକ ବିରୋଧରେ ଏକ ମାମଲା ରୁଜୁ କରି ଗୋରୁଙ୍କୁ ମଇତାପୁର ସ୍ଥିତ ଗୋଶାଳାକୁ ସ୍ଥାନାନ୍ତରିତ କରିଥିବା ଜଣାଯାଇଛି ।

ସୂଚନା ମୁତାବକ ଏକ ଛୋଟ ଗୋରୁ ଗାଡ଼ିରେ ୬ଟି ଗୋରୁଙ୍କୁ ଅତି ନିର୍ମମ ଭାବେ ବୋହି ନିଆ ଯାଉଥିଲା । ପୀରହାଟ ପୁଲିସର ଏପରି ପଦକ୍ଷେପରେ ଗୋଚାଲାଣକାରୀଙ୍କ ମଧ୍ଯରେ ଭୟ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ତେବେ ଏନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details