ଓଡିଶା

odisha

By

Published : Jun 12, 2021, 10:01 PM IST

ETV Bharat / state

ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ, ସ୍ବାମୀ-ସ୍ତ୍ରୀ ଗୁରୁତର

ଭଦ୍ରକ ଜିଲ୍ଲାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଉଛି । ଅଧିକ ପଢନ୍ତୁ...

ଭଦ୍ରକରେ ସ୍ବାମୀ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ
ଭଦ୍ରକରେ ସ୍ବାମୀ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ

ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କ ସମେତ ତାଙ୍କର ଗର୍ଭବତୀ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଜିଲ୍ଲାର ପୀରହାଟ ଥାନା ବାରସର ପଞ୍ଚାୟତ ଚାରିବୃତ୍ତି ଗାଁରେ ଘଟିଛି ।

ପ୍ରଥମେ ଉଭୟଙ୍କୁ ତିହିଡି ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଖବର ଅନୁଯାୟୀ ଗ୍ରାମର ଖଗେଶ୍ୱର ପରିଡା ଘରେ ଥିବା ସମୟରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି 10 ଜଣ ବ୍ୟକ୍ତି ମିଳିତ ଭାବେ ତାଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡ, ତଳିପେଟ ସମେତ ଗୁପ୍ତାଙ୍ଗରେ ଗଭୀର ଆଘାତ ହୋଇଥିବା ସୂଚନା ମିଳିଛି। ପରେ ପରିବାର ଅନ୍ୟ ସଦସ୍ୟଙ୍କ ସମେତ ଖଗେଶ୍ୱରଙ୍କ ଗର୍ଭବତୀ ପତ୍ନୀଙ୍କୁ ଘରୁ ଘୋଷାରି ଆଣି ଅପରପକ୍ଷ ମାଡ ମାରିଥିଲେ ବୋଲି ଜଣାପଡିଛି।

ଭଦ୍ରକରେ ସ୍ବାମୀ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ

ଫଳରେ ଖଗେଶ୍ୱରଙ୍କ ଗର୍ଭବତୀ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ପ୍ରଥମେ ତିହିଡି ମେଡିକାଲରେ ଭର୍ତ୍ତୀ କରିଥିଲେ। ସେଠାରେ ଅଧିକ ଗୁରୁତର ହେବାରୁ ଉଭୟଙ୍କୁ ଭଦ୍ରକ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ ଜାରି ରଖିଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details