ଓଡିଶା

odisha

ETV Bharat / state

ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା, ପତ୍ନୀହନ୍ତା ଗିରଫ

ସାତ ଜନମର ସାଥୀ ହୋଇ ରହିବାକୁ ହାତ ଧରିଥିବା ସ୍ତ୍ରୀର ଜୀବନ ନେଲା ସ୍ବାମୀ । ଏଭଳି ଅମାନବୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୂଷରୀ ଥାନା କୋଠାର ଗ୍ରାମରେ । ନିଜ ସ୍ତ୍ରୀ ରଶ୍ମିତାର ଚରିତ୍ରକୁ ସନ୍ଦେହ କରି ଅଭିଯୁକ୍ତ ସ୍ବାମୀ ସଞ୍ଜୟ ଟାଙ୍ଗିଆରେ ହାଣି ହତ୍ୟା କରିଛି ।

By

Published : Aug 9, 2019, 2:12 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ସନ୍ଦେହ ସବୁ ସମ୍ପର୍କକୁ ବିଗାଡି ଦିଏ । ସନ୍ଦେହ ପାଖରେ ଭଲ ପାଇବାର ମାନେ କିଛି ନଥାଏ । ଆଉ ଥରେ ସାତ ଜନମର ସମ୍ପର୍କରେ ସନ୍ଦେହ ଭଳି ଶଦ୍ଦ ଆସିଲେ ସୁନା ସଂସାରକୁ ମଧ୍ୟ ଉଜାଡି ଦିଏ । ଯାହାର ଜ୍ବଳନ୍ତ ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧୂଷରୀ ଥାନା କୋଠାର ଗ୍ରାମରେ । ନିଜ ପତ୍ନୀର ଚରିତ୍ରକୁ ସନ୍ଦେହ କରି ସାତ ଜନମର ସାଥୀ ହୋଇ ରହିବାକୁ ହାତ ଧରିଥିବା ସ୍ବାମୀ ନେଇଛି ଜୀବନ । ଟାଙ୍ଗିଆରେ ହାଣି ସ୍ତ୍ରୀକୁ କରିଛି ହତ୍ୟା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

କୋଠାର ଗ୍ରାମର ସଞ୍ଜୟ ମହାଳିକ ପଞ୍ଜାବର ଏକ ସୂତା ମିଲରେ କାମ କରୁଛି । ଗତ 2 ଦିନ ପୂର୍ବେ ସଞ୍ଜୟ ନିଜ ଘରକୁ ଆସିଥିଲା । କିନ୍ତୁ କୌଣସି କାରଣରୁ ତାଙ୍କୁ ନିଜ ସ୍ତ୍ରୀ ରଶ୍ମିତା ମହାଳିକର ଚରିତ୍ରକୁ ନେଇ ସନ୍ଦେହ ହୋଇଥିଲା । ଆଉ ଏହି ସନ୍ଦେହ ଉଭୟଙ୍କ ମଧ୍ୟରେ ବିବାଦର ରୂପ ନେଇଥିଲା । କ୍ରମଶଃ ସଞ୍ଜୟର ସନ୍ଦେହର ସୀମା ମଧ୍ୟ ବଢିବାରେ ଲାଗିଥିଲା । ଆଉ ସଞ୍ଜୟର ଏହି ସନ୍ଦେହ ନେଇଥିଲା ରଶ୍ମିତାର ଜୀବନ । ଏକ ଟାଙ୍ଗିଆରେ ସେ ରଶ୍ମିତାକୁ ହାଣି ହତ୍ୟା କରିଛି ।

ସେପଟେ ଘଟଣାର ଖବର ପାଇ ଧୂଷୁରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରଶ୍ମିତାର ମୃତଦେହକୁ ଜବତ କରିଥିଲା । ପରେ ଏହାକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏଥିସହ ଅଭିଯୁକ୍ତ ସ୍ବାମୀ ସଞ୍ଜୟକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details