ଓଡିଶା

odisha

By

Published : May 1, 2021, 10:43 PM IST

ETV Bharat / state

ଭଦ୍ରକରେ ଐତିହାସିକ ଶ୍ରମିକ ଦିବସ ପାଳନ

ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ କରାଯାଇଛି । ଭାରତର କେନ୍ଦ୍ର ଟ୍ରେଡ୍ ୟୁନିୟନ (ସିଆଇଟିୟୁ) ପକ୍ଷରୁ କୋଭିଡ କଟକଣା ମଧ୍ୟରେ ଏହା ପାଳନ କରାଯାଇଥିଲା । ଅଧିକ ପଢନ୍ତୁ...

ଭଦ୍ରକରେ ଐତିହାସିକ ଶ୍ରମିକ ଦିବସ ପାଳନ
ଭଦ୍ରକରେ ଐତିହାସିକ ଶ୍ରମିକ ଦିବସ ପାଳନ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ କରାଯାଇଛି । ଭାରତର କେନ୍ଦ୍ର ଟ୍ରେଡ୍ ୟୁନିୟନ (ସିଆଇଟିୟୁ) ପକ୍ଷରୁ କୋଭିଡ କଟକଣା ମଧ୍ୟରେ ଏହା ପାଳନ କରାଯାଇଥିଲା ।

1886 ମସିହା ଆମେରିକାର ‘ହେ’ ମାର୍କେଟରେ ବିଶ୍ବ ଶ୍ରମଜୀବୀ ଶ୍ରେଣୀ ପୁଞ୍ଜିପତି ଶ୍ରେଣୀ ବିରୁଦ୍ଧରେ ଲଢେଇ କରି ବିଜୟ ଲାଭ କରିଥିଲା । ପୁଞ୍ଜିପତି ମାନଙ୍କ ବନ୍ଧୁକ ମୁନରେ ରକ୍ତ ରଂଜିତ ହୋଇଥିବା ଶ୍ରମିକ ଶ୍ରେଣୀର ରକ୍ତରେ ଶ୍ରମିକମାନେ ସେମାନଙ୍କ ମୁଣ୍ଡରେ ବାନ୍ଧିଥିବା ଧଳା ଗାମୁଛାକୁ ବୁଡାଇ ଏହି ଐତିହାସିକ ଲାଲ ଝଣ୍ଡାକୁ ଜନ୍ମ ଦେଇଥିଲେ । ସେହିଦିନ ଠାରୁ ବିଶ୍ବ ଶ୍ରମିକ ଶ୍ରେଣୀ ପାଳନ କରୁଛି ଆନ୍ତର୍ଜାତିକ ଶ୍ରମିକ ଦିବସ ।

ଭଦ୍ରକରେ ଐତିହାସିକ ଶ୍ରମିକ ଦିବସ ପାଳନ

ଏହି ଆନ୍ତର୍ଜାତିକ ଶ୍ରମିକ ଦିବସରେ ଶ୍ରମିକ ଶ୍ରେଣୀ 8 ଘଣ୍ଟା କାମ କରିବାର ଅଧିକାର ପାଇଥିଲା । ସମ୍ପ୍ରତି ଦେଶର ଅର୍ଥନୈତିକ ବୈଷମ୍ୟତା ବିରୁଦ୍ଧରେ ଓ ଶ୍ରମିକଙ୍କ ଅଧିକାର, ଆମ ଦେଶର ଏକତା, ଭାଇଚାରା, ଅଖଣ୍ଡତା , ଗଣତନ୍ତ୍ର ଓ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଏହି ଐତିହାସିକ ମେ ପହିଲାରେ ଶ୍ରମିକମାନେ ଶପଥ ନେଇଥିଲେ । ଏହିି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ସଦର ମହକୁମା ସହିତ ତିହିଡି ବ୍ଲକ ଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ପତାକା ଉତ୍ତୋଳନ କରିଥିଲେ । ସେହିପରି ଧାମରା ବନ୍ଦର କର୍ମଚାରୀ ସଂଘ (ସିଆଇଟିୟୁ) ପକ୍ଷରୁ ଆୟୋଜିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସିଆଇଟିୟୁର ବରିଷ୍ଠ ନେତା ପତାକା ଉତ୍ତୋଳନ କରିଥିବା ବେଳେ ଅନ୍ୟାନ୍ୟ ସାଥିମାନେ ଉପସ୍ଥିତ ଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details