ଓଡିଶା

odisha

ETV Bharat / state

ଭାଇଚାରା ସହରର ଐତିହାସିକ ଗଣେଶ ପୂଜା

ଆଦିଦେବ ଗଣେଶଙ୍କ ଆଗମନ ହୋଇ ସାରିଛି । ତେବେ ଭାଇଚାରା ସହର ଭଦ୍ରକରେ କାହିଁ କେତେ ବର୍ଷରୁ ପାଖାପାଖି 500ବର୍ଷ ଧରି ଗଣପତିଙ୍କ ଏହି ନିଆରା ପରମ୍ପରାକୁ ପାଳି ଆସୁଛି । ଏକ ମାସ ଧରି ବଡଭୋଗ ଲାଗି କରି ବୁଢା ଗଣେଶଙ୍କୁ ପୂଜା କରାଯାଉଥିବା ବେଳେ ଚାନ୍ଦି ମେଢରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି ଯୁବକ ଗଣେଶ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : Sep 3, 2019, 3:50 AM IST

ଭଦ୍ରକ: ବିଘ୍ନ ବିନାଶକ, ସେ ଲମ୍ବୋଦର, ଗୌରୀ ନନ୍ଦନ ଗଜାନନଙ୍କ ଅନେକ ରୂପ । 4ଯୁଗରେ ଚାରୋଟି ଅବତାରରେ ପୂଜା ପାଇ ଆସୁଛନ୍ତି ଆଦିଦେବ ଗଣେଶ । ଶିଶୁ ରୂପେ ସେ ପିଲା ଗଣେଶ, ଯୁବାବସ୍ଥାରେ ସେ ଟୋକା ଗଣେଶ ଓ ବୃଦ୍ଧାବସ୍ଥାରେ ସେ ବୁଢା ଗଣେଶ । ଦୀର୍ଘ 500 ବର୍ଷ ଧରି ଗଣପତିଙ୍କ ଏହି ନିଆରା ପରମ୍ପରାକୁ ପାଳି ଆସୁଛି ଭାଇଚାରାର ସହର ଭଦ୍ରକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
ଏକ ମାସ ଧରି ବଡଭୋଗ ଲାଗିକରି ବୁଢା ଗଣେଶଙ୍କୁ କରାଯାଏ ସନ୍ତୁଷ୍ଟ । 1970 ମସିହାରୁ ପୂଜା ପାଇ ଆସୁଛନ୍ତି ଟୋକା ଗଣେଶ । ସାରା ଓଡିଶା ପ୍ରସିଦ୍ଧ ଚାନ୍ଦି ମେଢରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି ଯୁବକ ଗଣେଶ । ସେହିପରି କୁଆଁସରେ ମଧ୍ୟ 1993 ରୁ ଆରମ୍ଭ ହୋଇଛି ପିଲା ଗଣେଶ ପୂଜା। ଏକ ମାସ ଧରି କେହି ଆମିଷ ନଖାଇ ପିଲା ଗଣେଶଙ୍କୁ ପୂଜି ଆସୁଛନ୍ତି ଏଠାକାର ବାସିନ୍ଦା ।ମାସକ ପରେ ତିନି ଗଣେଶଙ୍କୁ ବିଦାୟ ଦେବ ଭାଇଚାରାର ସହର । ଆଉ ଭସାଣି ଉତ୍ସବରେ ବିଭିନ୍ନ ପାରମ୍ପରିକ ବାଦ୍ୟଯନ୍ତ୍ର ସହ ଆଦିବାସୀ ମହିଳାଙ୍କ ନାଚଗୀତ ଶ୍ରଦ୍ଧାଳୁଙ୍କୁ ଟାଣିଆଣେ ଭଦ୍ରକ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details