ଓଡିଶା

odisha

By

Published : Nov 10, 2019, 5:14 PM IST

Updated : Nov 10, 2019, 9:24 PM IST

ETV Bharat / state

ପିକ୍ଅପ୍ ଭ୍ୟାନକୁ ଧକ୍କା ଦେଲା ହାଇୱା, 4 ଆହତ

ସିମେଣ୍ଟ ବୋଝେଇ ଏକ ପିକ୍ଅପ୍ ଭ୍ୟାନକୁ ଧକ୍କା ଦେଲା ହାଇୱା ଟ୍ରକ। ଦୁର୍ଘଟଣାରେ 4 ଆହତ ହୋଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ସିମେଣ୍ଟ ବୋଝେଇ ଏକ ପିକ୍ଅପ୍ ଭ୍ୟାନକୁ ହାଇୱା ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ 4 ଜଣ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ସମସ୍ତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛି ଅଗ୍ନିଶମ ବିଭାଗ।

ସୂଚନାନୁସାରେ, 16 ନମ୍ବର ଜାତୀୟ ରାଜପଥ ଭଣ୍ଡାରୀପୋଖରୀ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ସିମେଣ୍ଟ ବୋଝେଇ ଏକ ପିକ୍ଅପ୍ ଭ୍ୟାନକୁ ହାଇୱା ଟ୍ରକ ପଛପଟ ଧକ୍କା ଦେଇଥିଲା । ଫଳରେ ସିମେଣ୍ଟ ବୋଝେଇ ପିକ୍ଅପ୍ ଭ୍ୟାନଟି ଓଲଟି ପଡିଥିଲା । ତେବେ ଗୁରୁତର 4 ଜଣଙ୍କ ପରିଚୟ ମିଳିପାରିନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Nov 10, 2019, 9:24 PM IST

ABOUT THE AUTHOR

...view details