ଭଦ୍ରକ: ଭଦ୍ରକ ସାଳନ୍ଦୀ ନଦୀକୂଳସ୍ଥିତ ମଦନ ମୋହନ ଜୀଉ ମନ୍ଦିରରେ ହେରାପଞ୍ଚମୀ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାଚୀନତମ ବୈଷ୍ଣବପୀଠରେ ଚୈତନ୍ୟ ମହାପ୍ରଭୁଙ୍କ ଚନ୍ଦନ ଚର୍ଚ୍ଚିତ ପରିଧେୟ ଦିବ୍ୟ ବସ୍ତ୍ର ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । ବର୍ଷକୁ ଥରେ ହେରାପଞ୍ଚମୀ ଦିନ ଅନୁଷ୍ଠିତ ହେଉଥିବା ଏହି ବସ୍ତ୍ର ପ୍ରଦର୍ଶନକୁ ଦେଖିବାକୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ନାହିଁନଥିବା ଭିଡ଼ ଜମିଥିଲା ।
ହେରାପଞ୍ଚମୀ ଅବସରରେ ମହାପ୍ରଭୁଙ୍କ ଦିବ୍ୟ ବସ୍ତ୍ର ପ୍ରଦର୍ଶନ - ହେରା ପଞ୍ଚମୀ
ଭଦ୍ରକରେ ପାଳିତ ହେଲା ହେରାପଞ୍ଚମୀ । ଏହି ପରିପ୍ରେକ୍ଷୀରେ ଚୈତନ୍ୟ ମହାପ୍ରଭୁଙ୍କ ଚନ୍ଦନ ଚର୍ଚ୍ଚିତ ପରିଧେୟ ଦିବ୍ୟ ବସ୍ତ୍ର ପ୍ରଦର୍ଶନ ହୋଇଥିଲା । ଅଧିକ ପଢ଼ନ୍ତୁ
ହେରା ପଞ୍ଚମୀ ଅବସରରେ ମହାପ୍ରଭୁଙ୍କ ଦିବ୍ୟ ବସ୍ତ୍ର ପ୍ରଦର୍ଶନ
ହେରା ପଞ୍ଚମୀ ଅବସରରେ ମହାପ୍ରଭୁଙ୍କ ଦିବ୍ୟ ବସ୍ତ୍ର ପ୍ରଦର୍ଶନ
କିମ୍ବଦନ୍ତୀ ଅନୁସାରେ ଚୈତନ୍ୟ ମହାପ୍ରଭୁ ପୁରୀରୁ ବୃନ୍ଦାବନ ଯାତ୍ରା କରିବା ଅବସରରେ ଏହି ପୀଠରେ ପାଞ୍ଚ ଦିନ ଅବସ୍ଥାନ କରିଥିଲେ । ସେ ସମୟରେ ତତ୍କାଳୀନ ମହନ୍ତ ମହାରାଜାଙ୍କୁ ନିଜର ଅଙ୍ଗବସ୍ତ୍ର ପ୍ରଦାନ କରି ଚାଲିଯାଇଥିଲେ । ସେହିଦିନ ଠାରୁ ହେରାପଞ୍ଚମୀ ତିଥିରେ ଏହି ପୀଠରେ ଗୋଟିଏ ଦିନ ପାଇଁ ଏହି ଦିବ୍ୟବସ୍ତ୍ର ପ୍ରଦର୍ଶନ ଅନୁଷ୍ଠିତ ହୋଇଥାଏ ।
ଇଟିଭି ଭାରତ, ଭଦ୍ରକ