ଓଡିଶା

odisha

ETV Bharat / state

ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେଲେ ବାବା ଆଖଣ୍ଡଳମଣି - ଆଖଣ୍ଡଳମଣିଙ୍କ ମନ୍ଦିର

ଆଖଣ୍ଡଳମଣିଙ୍କ ମନ୍ଦିରରେ କୋଭିଡ କଟକଣା କଟକଣା ମଧ୍ୟରେ ଶେଷ ହୋଇଛି କାର୍ତ୍ତିକ ପୂର୍ଣ୍ଣିମା ନୀତିକାନ୍ତି । ମଧ୍ଯାହ୍ନରେ ବାବାଙ୍କୁ ପଞ୍ଚାନନ ବେଶ ଓ ଅପରାହ୍ଣ 4ଟାରେ ଦୁର୍ଲଭ ହରଗୌରୀ ବେଶ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ଆଖଣ୍ଡଳମଣିଙ୍କ କାର୍ତ୍ତିକ ପୂର୍ଣ୍ଣିମା ନୀତିକାନ୍ତି ଜାରି
ଆଖଣ୍ଡଳମଣିଙ୍କ କାର୍ତ୍ତିକ ପୂର୍ଣ୍ଣିମା ନୀତିକାନ୍ତି ଜାରି

By

Published : Nov 19, 2021, 5:19 PM IST

ଭଦ୍ରକ:ଆଖଣ୍ଡଳମଣିଙ୍କ ମନ୍ଦିରରେ କୋଭିଡ କଟକଣା କଟକଣା ମଧ୍ୟରେ ଶେଷ ହୋଇଛି କାର୍ତ୍ତିକ ପୂର୍ଣ୍ଣିମା ନୀତିକାନ୍ତି । ମଧ୍ଯାହ୍ନରେ ବାବାଙ୍କୁ ପଞ୍ଚାନନ ବେଶ ଓ ଅପରାହ୍ଣ 4ଟାରେ ଦୁର୍ଲଭ ହରଗୌରୀ ବେଶ ଅନୁଷ୍ଠିତ ହୋଇଛି । ଜଳପଥ ଓ ସ୍ଥଳପଥରେ କଡା ସୁରକ୍ଷା ବ୍ଯବସ୍ଥା ସହ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରାଯାଇଛି ।

ଆଖଣ୍ଡଳମଣିଙ୍କ କାର୍ତ୍ତିକ ପୂର୍ଣ୍ଣିମା ନୀତିକାନ୍ତି ଜାରି

ସୂଚନା ଅନୁଯାୟୀ, ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବାବା ଆଖଣ୍ଡଳମଣି ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେଉଛନ୍ତି । ହେଲେ କୋଭିଡ 19 ଭୟାଭହତାକୁ ନେଇ ଗୁରୁବାର ସକାଳ 8 ଟାରୁ ଶୁକ୍ରବାର 8ଟା ଯାଏଁ ପୀଠରେ 144 ଧାରା ଜାରି କରାଯିବା ସହ ଭକ୍ତଙ୍କ ଦର୍ଶନ ଉପରେ ରୋକ ଲଗାଇଛି ପ୍ରଶାସନ। ଏଥିପାଇଁ ସ୍ବତନ୍ତ୍ର କଟକଣା ଜାରି କରିଛି ପ୍ରଶାସନ ।

ଅନ୍ଯପଟେ ମଣିବାବାଙ୍କର ସମସ୍ତ ପଞ୍ଚୁକ ନୀତି ସହ ହେବାକୁ ଥିବା ଦୁର୍ଲଭ ହରଗୌରୀ ବେଶ କୋଭିଡ ନିୟମ ଅନୁଯାୟୀ ସମ୍ପନ୍ନ କରିବା ପାଇଁ ସେବାୟତଙ୍କୁ ପରାମର୍ଶ ଦେଇଥିଲା ପ୍ରଶାସନ । ଭୋର ଦ୍ବାରଫିଟା ନୀତି ସହ ମଙ୍ଗଳ ଆଳତୀ ସରିବା ପରେ ମଧ୍ଯାହ୍ନରେ ବାବାଙ୍କୁ ପଞ୍ଚାନନ ବେଶ ଓ ଅପରାହ୍ଣ 4ଟାରେ ଦୁର୍ଲଭ ହରଗୌରୀ ବେଶରେ ସଜ୍ଜିତ କରାଯାଇଛି।

ପୀଠରେ ଥିବା ମୁଆଁ, ତିନିତର, ଧାନଖଣିଆ ଘାଟରେ ଡଙ୍ଗା ଚଳାଚଳ ବନ୍ଦ କରିଛି ପ୍ରଶାସନ। ସେହିପରି ଭକ୍ତଙ୍କ ଡଙ୍ଗା ଭସାଇବା ଉପରେ କଟକଣା ଜାରି କରାଯିବା ସହ ଶିବଗଙ୍ଗା ପୁଷ୍କରିଣୀ, ବୈତରଣୀ ନଦୀଘାଟ, ଶାସ୍ତ୍ରୀଘାଟରେ କଟକଣା ଜାରି କରାଯାଇଛି । ପୀଠରେ 2 ଦିନ କଟକଣା ପରେ ଆସନ୍ତା ରବିବାର ସକାଳ 6ଟାରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିବ ବାବାଙ୍କ ମନ୍ଦିର ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details