ଭଦ୍ରକ: ସ୍ଥାନୀୟ ବାସୁଦେବପୁର ଥାନା ବ୍ରାହ୍ମଣି ଗାଁ ପଞ୍ଚାୟତ ଅନ୍ତର୍ଗତ ମନ୍ମଥପୁର ଜାମୁଣିପଦାରେ ଚାଞ୍ଚଲ୍ୟ । ରାସ୍ତାକଡରୁ ଉଦ୍ଧାର ହୋଇଛି ଜନୈକ ଯୁବକଙ୍କ ଝୁଲନ୍ତା ମୃତଦେହ । ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଗ୍ରାମର କିଛି ଲୋକେ ପୋଲିସକୁ ଖବର କରିଥିଲେ ।
ରାସ୍ତାକଡରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - ଭଦ୍ରକ ଲାଟେଷ୍ଟ ନ୍ୟୁଜ୍
ସ୍ଥାନୀୟ ବାସୁଦେବପୁର ଥାନା ବ୍ରାହ୍ମଣି ଗାଁ ପଞ୍ଚାୟତ ଅନ୍ତର୍ଗତ ମନ୍ମଥପୁର ଜାମୁଣିପଦାରେ ଚାଞ୍ଚଲ୍ୟ । ରାସ୍ତାକଡରୁ ଉଦ୍ଧାର ହୋଇଛି ଜନୈକ ଯୁବକଙ୍କ ଝୁଲନ୍ତା ମୃତଦେହ ।
![ରାସ୍ତାକଡରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର hanging deadbody in bhadrak, bhadrak latest news, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍, ଭଦ୍ରକରେ ଯୁବକଙ୍କ ଝୁଲନ୍ତା ମୃତଦେହ](https://etvbharatimages.akamaized.net/etvbharat/prod-images/768-512-8699963-575-8699963-1599381479293.jpg)
ରାସ୍ତାକଡରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାସ୍ତାକଡରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଯୁବକ ଜଣକ ସେହି ଗ୍ରାମର ଗଜେନ୍ଦ୍ର ଦାସଙ୍କ ପୁଅ ସତ୍ୟବ୍ରତ ଦାସ ବୋଲି ଜଣା ପଡିଛି । ସତ୍ୟବ୍ରତ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ହତ୍ୟା କରିଛି ତାହା ସବିଶେଷ ତଦନ୍ତ ପରେ ଜଣା ପଡିବ ବୋଲି ସୂଚନା ମିଳିଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ