ଭଦ୍ରକ:ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ପରେ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଲା ପରିବାର। ଏପରି ଘଟଣା ଦେଖିବାକୁ ମିଳିଛି ଧାମରା ମେରାଇନ ଥାନା ଅନ୍ତର୍ଗତ ଜାଗୁଳା ପଞ୍ଚାୟତ ଜାଗୁଳା ଗାଁରେ । ନବବଧୂ ଜଣେ ଦଳିତ ପରିବାରର ହୋଇଥିବାବେଳେ ଗତ 5 ମାସ ତଳେ ପ୍ରେମ ବିବାହ କରିଥିଲେ । ତାଙ୍କୁ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛି ତାଙ୍କ ପରିବାର ।
ସମ୍ପୂର୍ଣ୍ଣ ଘଟଣା ଅନୁସାରେ, ଧାମରା ପଞ୍ଚାୟତର କର ମାଝାଙ୍କ କନ୍ୟା ସୀମା ମାଝା ଜାଗୁଳା ପଞ୍ଚାୟତର ଅଜୟ ଲେଙ୍କାଙ୍କ ପୁଅ ପୁନିଆ ଲେଙ୍କାଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ବିବାହର 5 ମାସ ପୂର୍ବରୁ ସୀମାଙ୍କୁ ପୁନିଆ ଅପହରଣ କରି ନେଇଥିବା ନେଇ ମେରାଇନ ଥାନାରେ ଅଭିଯୋଗ ହୋଇଥିଲା ।