ଓଡିଶା

odisha

By

Published : Feb 7, 2021, 5:59 PM IST

ETV Bharat / state

ସ୍କୁଟିକୁ ପିଟିଲା ହାଇୱା, ମହିଳା ମୃତ

ଭଦ୍ରକ ଚାନ୍ଦବାଲି ରାସ୍ତାର ସରକାର ନଗର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିକୁ ହାଇଓ୍ବା ଧକ୍କା ଦେବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ସ୍କୁଟିକୁ ପିଟିଲା ହାଇୱା, ମହିଳା ମୃତ
ସ୍କୁଟିକୁ ପିଟିଲା ହାଇୱା, ମହିଳା ମୃତ

ଭଦ୍ରକ: ଚାନ୍ଦବାଲି ରାସ୍ତାର ସରକାର ନଗର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିକୁ ପଛରୁ ପିଟିଲା ହାଇଓ୍ବା । ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣକୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ମହିଳା ଜଣକ ବାସୁଦେବପୁର ଅଞ୍ଚଳର ସନ୍ଧ୍ୟାରାଣୀ ବାରିକ ବୋଲି ଜଣାପଡ଼ିଛି ।

ସ୍କୁଟିକୁ ପିଟିଲା ହାଇୱା, ମହିଳା ମୃତ

ସୂଚନା ଅନୁଯାୟୀ, ଏକ ସ୍କୁଟି ଯୋଗେ ଦୁଇ ଜଣ ଯାଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ହାଇୱା ପଛପଟୁ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ଅନ୍ୟ ଜଣେ ଯୁବକକୁ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ହାଇୱା ଡ୍ରାଇଭରକୁ ପୋଲିସ ଗିରଫ କରିଥିବା ଜଣାପଡିଛି ।

ତେବେ ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଉତ୍ୟକ୍ତ ଲୋକେ ସରକାର ନଗର ନିକଟରେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ଉଭୟ ପଟୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details