ଭଦ୍ରକ: ମହିଳାମାନଙ୍କୁ ସଶକ୍ତିକରଣ କରିବା ଲାଗି ବିଭିନ୍ନ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘର ଅଗଣାରେ କୁକୁଡା ଚାଷ ପାଇଁ କୁକୁଡା ଚିଆଁ ପ୍ରଦାନ କରାଯାଇଛି । ଓଡିଶା ଜୀବିିକା ମିଶନ ଜରିଆରେ ମନୋନୀତ କରାଯାଇଥିବା ଭଦ୍ରକ ଜିଲ୍ଲା ତିହିଡି ବ୍ଲକର 106 ପରିବାରକୁ ଏହି ପ୍ରୋତ୍ସାହନ ପ୍ରଦାନ କରାଯାଇଛି ।
ସେମାନଙ୍କୁ ପ୍ରଥମେ 25 ଗୋଟି ଲେଖାଏଁ ଚିଆଁ ଦିଆଯାଇଛି ଏବଂ ପରେ ପୁଣି 25 ଗୋଟି ଦିଆଯିବ । କୁକୁଡା ପାଳନ କରିବା ପରେ ଏମାନେ ଅଣ୍ଡା ଦେବେ । ଫଳରେ ଏହାକୁ ବିକ୍ରି କରି ମହିଳାମାନେ ରୋଜଗାରକ୍ଷମ ହୋଇପାରିବେ ବୋଲି ଆଶା କରାଯାଇଛି । ବିଶେଷକରି ଦିବ୍ୟାଙ୍ଗ ତଥା ହରିଜନ, ଆଦିବାସୀ ଓ ଭୂମିହୀନ ପରିବାରକୁ ଏହି ସହାୟତା ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ପ୍ରାଣୀ ଚିକିତ୍ସାଧିକାରୀ ଓ ଏଲଆଇଙ୍କ ଦ୍ୱାରା କୁକୁଡାଗୁଡିକର ରୋଗ ଉପଚାର ସହିତ ନିର୍ଦ୍ଧାରିତ ସମୟରେ ଟୀକା ମଧ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ।