ଭଦ୍ରକ: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଭଦ୍ରକ ଗସ୍ତ । ସହିଦ ସ୍ମୃତି ଭବନ ପରିସରରେ ଚାଲିଥିବା ତ୍ୟାଗଭୂମି ମହୋତ୍ସବରେ ଯୋଗ ଦେଇଛନ୍ତି । ଏଥି ନିମନ୍ତେ ଭଦ୍ରକ ଜିଲ୍ଲା ପ୍ରଶାସନ ଓ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା ।
ରକ୍ତତୀର୍ଥ ଇରମ୍ ଓ ସହିଦ ପୀଠ ଲୁଣିଆରୁ ଆସିଥିବା ସହିଦ୍ ସ୍ମାରକୀ ମଶାଲକୁ ରାଜ୍ୟପାଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ତ୍ୟାଗଭୂମି ପକ୍ଷରୁ ପ୍ରକାଶିତ ଜାତୀୟବାଦୀ କବିତା ବିଶେଷାଙ୍କ ଓ ତ୍ୟାଗଭୂମି ଦସ୍ତାବିଜ୍ ଲୋକାର୍ପିତ ହୋଇଥିଲା ।