ଭଦ୍ରକ:ପ୍ରାପ୍ତ ବୟସ ହୋଇନଥିଲା, ହେଲେ ପ୍ରେମ କରି ବସିଥିଲେ । ଏପରିକି ପ୍ରେମିକକୁ ବିବାହ କରିବା ପାଇଁ ସ୍ଥିର କରିଥିଲେ । ହେଲେ ପରିବାର ଲୋକେ ଏନେଇ ଜାଣିବା ପରେ ନାବାଳିକା ଝିଅକୁ ରୋକିଥିଲେ । ଘର ଲୋକ ମାରପିଟ ମଧ୍ୟ କରିଥିଲେ । ପ୍ରେମିକ ପାଇଁ ଯୁବତୀ ଜଣକ ଘର ଛାଡିଥିଲେ । ଏବେ ସାବାଳିକା ହେବା ପରେ ନିଜ ପ୍ରେମିକଙ୍କୁ ବିବାହ କରିଛନ୍ତି (Girl married his lover in Bhadrak)। ମାତ୍ର ଏହି ବାହାଘରକୁ ପ୍ରଥମରୁ ବିରୋଧ କରୁଥିବା ଯୁବତୀଙ୍କ ପରିବାର ଲୋକେ ବାହାଘରରେ ଯୋଗ ଦେଇନଥିଲେ । ତେବେ ପୁଅ ଘର ଖୁସିରେ ନିଜ ବୋହୂକୁ ଗ୍ରହଣ କରିଛନ୍ତି । ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହି ଯୁବତୀଙ୍କ ନାମ ହେଉଛି ପ୍ରୀତିଶ୍ରୀ । ପ୍ରୀତିଶ୍ରୀଙ୍କ ପ୍ରେମ ଖବର ପାଇବା ପରେ ଘର ଲୋକ ମାରପିଟ ମଧ୍ୟ କରିଥିଲେ । ଏହାପରେ ପ୍ରୀତିଶ୍ରୀ ଘରୁ ପଳାଇଥିଲେ । ପ୍ରୀତିଶ୍ରୀଙ୍କ ପରିବାର ଭଲପାଉଥିବା ଯୁବକ ଅଶୋକଙ୍କ ନାଁରେ ଧୂସୁରି ଥାନାରେ ଏତଲା ଦେଇଥିଲେ । ପୋଲିସ ସେତେବେଳେ ନାବାଳିକା ଥିବା ପ୍ରୀତିଶ୍ରୀଙ୍କୁ ସାଙ୍ଗ ଘରୁ ଉଦ୍ଧାର କରି କୋର୍ଟରେ ହାଜର କରିବା ସହ ଶିଶୁ ମଙ୍ଗଳ କମିଟିରେ ହାଜର କରିଥିଲା । କିନ୍ତୁ ପ୍ରୀତିଶ୍ରୀ ଘରକୁ ଯିବାକୁ ରାଜି ହୋଇନଥିଲେ । ତାଙ୍କୁ ମୁକ୍ତାଶୟ କେନ୍ଦ୍ର ଆସିୟାନାରେ ଛଡ଼ାଯାଇଥିଲା ।
ଏହା ବି ପଢନ୍ତୁ- ଧାମନଗର ପରାଜୟ ପଛରେ ରହିଛି ପରିଚାଳନା ତ୍ରୁଟି: ବିଜେଡି ବିଧାୟକ