ଭଦ୍ରକ: ଟ୍ରେନରେ ଚାଲିଥିଲା ଗଞ୍ଜେଇ ଚାଲାଣ । ବ୍ରହ୍ମପୁରରୁ ନୂଆଦିଲ୍ଲୀକୁ ଗଞ୍ଜେଇ ଚୋରା ଚାଲାଣବେଳେ ଧରିଲା ଆରପିଏଫ ପୋଲିସ। ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ଜଣେ ମହିଳା ଗିରଫ ହୋଇଥିବା ସୂଚନା ମିଳିଛି ।
ଟ୍ରେନରେ ଗଞ୍ଜେଇ ଚାଲାଣ, ଜଣେ ମହିଳା ଗିରଫ - ଟ୍ରେନରେ ଗଞ୍ଜେଇ ଚାଲାଣ
ଟ୍ରେନରେ ଚାଲିଥିଲା ଗଞ୍ଜେଇ ଚାଲାଣ । ବ୍ରହ୍ମପୁରରୁ ନୂଆଦିଲ୍ଲୀକୁ ଗଞ୍ଜେଇ ଚୋରା ଚାଲାଣବେଳେ ଧରିଲା ଆରପିଏଫ ପୋଲିସ । ଅଧିକ ପଢ଼ନ୍ତୁ
ଅପରେସନ ସତର୍କ ନାର୍କୋସ ଅଧୀନରେ ପୁରୀରୁ ନୂଆଦିଲ୍ଲୀ ଯାଉଥିବା ପୁରୁଷୋତ୍ତମ ଏକ୍ସପ୍ରେସରେ ଆରପିଏଫ ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉବେଳେ 43 କେଜି ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ 4 ଲକ୍ଷ୍ୟରୁ ଊର୍ଦ୍ଧ୍ବ ହେବ ବୋଲି କଟକ ଡିଭିଜନାଲ ରେଲୱେ ପୋଲିସର ଆସିଷ୍ଟାଣ୍ଟ କମିଶନର ସୂଚନା ଦେଇଛନ୍ତି । ସୁନୀତା ଦେବୀ ନାମକ ମହିଳା ଜଣଙ୍କ ଗଞ୍ଜେଇ ସହ ଧରାପଡିଛନ୍ତି । ମହିଳା ଜଣଙ୍କ ବ୍ରହ୍ମପୁର ଆସି 4ଟି ବ୍ୟାଗରେ ଗଞ୍ଜେଇ ନେଇ ନୂଆଦିଲ୍ଲୀ ଯାଉଥିଲେ । ମହିଳା ଜଣଙ୍କୁ ଯାଜପୁର ଷ୍ଟେସନରୁ ଧରିବାରେ ସଫଳ ହୋଇଥିଲା ପୋଲିସ । ପରେ ଭଦ୍ରକ ଆରପିଏଫଙ୍କୁ ହସ୍ତାନ୍ତର କରିଥିଲା। ଭଦ୍ରକ ଆରପିଏଫ ଏକ ମାମଲା ରୁଜୁ କରି ଭଦ୍ରକ ଜିଆରପି ପୋଲିସକୁ ହସ୍ତାନ୍ତର କରିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ