ଓଡିଶା

odisha

By

Published : Mar 22, 2019, 5:30 PM IST

ETV Bharat / state

ବାଡି ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ, 5 ଆହତ

ଦୋଳ ମେଳଣବେଳେ ପାରମ୍ପରିକ ବାଡି ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ । ଏଥିରେ 5 ଜଣ ଆହତ ହୋଇଛନ୍ତି । ପୋଲିସ 8 ଜଣକୁ ଅଟକ ରଖି ଚଦନ୍ତ ଆରମ୍ଭ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଦୋଳ ମେଳଣ ବେଳେ ପାରମ୍ପରିକ ବାଡି ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି 5ଜଣ ଆହତ ହୋଇଛନ୍ତି । ଏନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ 8ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁଯାୟୀ, ମାଳଦା ପଞ୍ଚାୟତ ଅନ୍ତର୍ଗତ ସାରଣାଠାରେ ଦୋଳ ପୂର୍ଣ୍ଣିମା ଅବସରରେ ରାଧା ଗୋବିନ୍ଦଙ୍କୁ ଶୋଭାଯାତ୍ରାରେ ନେଉଥିବାବେଳେ ବାଡିଖେଳ ହେଉଥିଲା । ଏହି ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ଏ ନେଇ ଭଣ୍ଡାରୀ ପୋଖରୀ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details