ଭଦ୍ରକ: 15 ନମ୍ବର ଜିଲ୍ଲାପରିଷଦ ଜୋନରୁ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚିତ ପ୍ରଫୁଲ୍ଲ ଜେନା ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଆଜି(ରବିବାର) ଅଧ୍ୟକ୍ଷ ପଦବୀ ପାଇଁ କେବଳ ପ୍ରଫୁଲ୍ଲ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେଣୁ, ସେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ 8ଟି ପଞ୍ଚାୟତକୁ ନେଇ 15 ନମ୍ବର ଜିଲ୍ଲା ପରିଷଦ ଜୋନରେ ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରଫୁଲ୍ଲ ଜେନା ବିଜେଡିରୁ ପ୍ରତିନ୍ଦ୍ବନ୍ଦିତା କରି 8309 ଭୋଟରେ ବିଜୟ ହୋଇଥିଲେ । 1991ରୁ 1995 ମସିହା ପର୍ଯ୍ୟନ୍ତ ଭଣ୍ଡାରୀପୋଖରୀ ବିଧାୟକ ଭାବେ ପ୍ରଫୁଲ୍ଲ ଜେନା ମଧ୍ୟ ପ୍ରତିନିଧିତ୍ଵ କରିଥିଲେ ।