ଭଦ୍ରକ: କ୍ବାରେନଣ୍ଟାଇନ କେନ୍ଦ୍ର ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଖାଦ୍ୟ ତାଲିକା ପ୍ରସ୍ତୁତ । ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ସନ୍ଧ୍ୟା ଜଳଖିଆ ଓ ରାତ୍ର ଭୋଜନ ପାଇଁ ପୃଥକ ଖାଦ୍ୟ ବ୍ୟବସ୍ଥା ହୋଇଛି । ଏ ନେଇ ଟ୍ବିଟ କରି ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି ।
ଭଦ୍ରକ କ୍ବାରେନଣ୍ଟାଇନ କେନ୍ଦ୍ର ପାଇଁ ପ୍ରସ୍ତୁତ ଖାଦ୍ୟ ତାଲିକା - ଲକଡାଉନ
କ୍ବାରେନଣ୍ଟାଇନ କେନ୍ଦ୍ରରେ ରହିଥିବା ଲୋକଙ୍କ ପାଇଁ ଖାଦ୍ୟ ତାଲିକା ପ୍ରସ୍ତୁତ ହୋଇଛି । ସପ୍ତାହର କେଉଁ ଦିନରେ କେଉଁ ସମୟରେ କଣ ଖାଇବାକୁ ଦିଆଯିବ ସେ ନେଇ ଏଥିରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଛି ।ଅଧିକ ପଢନ୍ତୁ..
ଭଦ୍ରକ କ୍ବାରେନଣ୍ଟାଇନ କେନ୍ଦ୍ର ପାଇଁ ପ୍ରସ୍ତୁତ ଖାଦ୍ୟ ତାଲିକା
ବୁଧବାର, ଶୁକ୍ରବାର ଓ ରବିବାର ମଧ୍ୟାହ୍ନ ଭୋଜନରେ ଆମିଷ ଏବଂ ନିରାମିଷ ଖାଦ୍ୟର ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ