ଭଦ୍ରକ: ଗତ ଗୁରୁବାର ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲାର ବଣିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କୌଣସି କାରଣରୁ ନିଆଁ ଲାଗି 3ଟି ପରିବାରର 9 ବଖରା ଘର ପୋଡି ପାଉଁଶ ହୋଇଯିବା ସହ 5ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି।
ଅଗ୍ନିକାଣ୍ଡରେ 5 ଗୋରୁ ଜୀବନ୍ତ ଦଗ୍ଧ, 9 ବଖରା ଘର ପୋଡି ପାଉଁଶ - ପୋଡି ପାଉଁଶ
ବଣିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଳିଗଲା 3 ଟି ପରିବାରର 9 ବଖରା ଘର। ନିଆଁରେ ପୋଡି ହୋଇ 5 ଗୋରୁ ଜୀବନ୍ତ ଦଗ୍ଧ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ପ୍ରତିକାତ୍ମକ ଫଟୋ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
ସୂଚନା ଅନୁଯାୟୀ, ବଣିଆ ଗାଁରେ ରହୁଥିବା ଉମେଶ ଓଝାଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଥିଲା। କ୍ରମଶଃ ନିଆଁ ଆଖପାଖ ଅଞ୍ଚଳକୁ ବ୍ୟାପିବାରୁ 9ଟି ବଖରା ଘର ଭସ୍ମୀଭୂତ ହେବା ସହ 5ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡ ଯୋଗୁଁ ବହୁ ଧନସମ୍ପତ୍ତି ସହ ଆସବାପତ୍ର ପତ୍ର ପୋଡି ପାଉଁଶ ହୋଇଯାଇଛି। ତେବେ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ