ଓଡିଶା

odisha

ETV Bharat / state

ଧାମରାରେ ମହଙ୍ଗା ମାଛ, କେଜି 6 ହଜାର - ଭଦ୍ରକ

ଭଦ୍ରକ ଧାମରା ଚନ୍ଦନୀପାଳ ମାଛଧରା କେନ୍ଦ୍ରରେ ଏକ ବିରଳ ମାଛ ଦେଖିବାକୁ ମିଳିଛି । ଗୋଟେ ଗୋଟେ ମାଛର ଓଜନ ୩୦ କେଜିରୁ ଉର୍ଦ୍ଧ୍ବ ଥିବା ବେଳେ ଏହାର ଦାମ ବି ସେହିଭଳି । କେଜି ୬ହଜାରରୁ ଉର୍ଦ୍ଧ୍ବ ଟଙ୍କା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

By

Published : Jun 20, 2019, 10:33 PM IST

ଭଦ୍ରକ: ଜିଲ୍ଲାର ଧାମରା ଚନ୍ଦନୀପାଳ ମାଛଧରା କେନ୍ଦ୍ରରେ ଏକ ବିରଳ ମାଛ ଦେଖିବାକୁ ମିଳିଛି । ଦେଖିବା ପାଇଁ ଲୋକଙ୍କ ଭିତରେ ନାହିଁ ନଥିବା ଉତ୍ସାହ। ଗୋଟେ ଗୋଟେ ମାଛର ଓଜନ ୩୦ କେଜିରୁ ଉର୍ଦ୍ଧ୍ବ ଥିବା ବେଳେ ଏହାର ଦାମ ବି ବହୁ ଉଚ୍ଚା । କେଜି ୬ହଜାରରୁ ଉର୍ଦ୍ଧ୍ବ ଟଙ୍କା । ଗୋଟେ ଗୋଟେ ମାଛ ପ୍ରାୟ ୧ଲକ୍ଷ ୮୦ହଜାରରୁ ଉର୍ଦ୍ଧ୍ବ। ଏହି ମାଛର ନାମ ତେଲିଆଶିଳା । ସମୁଦ୍ରରେ ଏହି ପ୍ରଜାତି ବହୁ କମ ଦେଖିବାକୁ ମିଳିଥାଏ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

ମତ୍ସ୍ୟଜୀବୀ ମାନେ ସମୁଦ୍ରରେ ମାଛ ମାରିବାକୁ ଯାଇଥିବା ବେଳେ ଆଜି ୧୦ଟି ମାଛ ଧରିଥିଲେ। ତେବେ ଏହି ମାଛକୁ ବ୍ୟବସାୟୀ ମାନେ ଉଚ୍ଚା ଦରରେ କିଣି ରାଜ୍ୟ ବାହାରକୁ ହାୱଡ଼ା, ଦିଘା, ସିଲିଗୁଡି, ଆସାମକୁ ପଠାଇ ଅଧିକ ଲାଭବାନ ହୋଇଥାନ୍ତି ।

ଏହି ମାଛକୁ କିଣିବାକୁ ବ୍ୟବସାୟୀ ମାନଙ୍କ ମଧ୍ୟରେ ଚାଲିଛି ଜୋରଦାର ପ୍ରତିଯୋଗିତା । ତେବେ ଦେଖଣାହାରୀ ଯେତିକି, ବ୍ୟବସାୟୀ ମଧ୍ୟ ସେତିକି। ଯାହା ମତ୍ସ୍ୟଜୀବୀ ମାନେ କୁହନ୍ତି ଏହି ମାଛରେ ଓମେଗା ଥ୍ରୀର ପରିମାଣ ଅଧିକ ଥାଏ । ଯାହାକୁ ମେଡ଼ିସିନ୍ ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଏ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details