ଓଡିଶା

odisha

ETV Bharat / state

ଅଗ୍ନିକାଣ୍ଡରେ ଜୀବନ୍ତ ଜଳିଗଲା ମା’, 10 ବର୍ଷର ଝିଅ ଗୁରୁତର

ଭଦ୍ରକ ଜିଲ୍ଲା ବାଣୀତିଆ ପଞ୍ଚାୟତରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଶୋଇଥିବା ଅବସ୍ଥାରେ ନିଆଁ ଲାଗିଯିବାରୁ ଜୀବନ୍ତ ଦଗ୍ଧ ମା’, 10 ବର୍ଷର ଝିଅ ଗୁରୁତର । ଅଧିକ ପଢନ୍ତୁ...

By

Published : Mar 14, 2021, 7:55 AM IST

Updated : Mar 14, 2021, 8:13 AM IST

ଅଗ୍ନିକାଣ୍ଡରେ ଜୀବନ୍ତ ଜଳିଗଲା ମା’
ଅଗ୍ନିକାଣ୍ଡରେ ଜୀବନ୍ତ ଜଳିଗଲା ମା’

ଭଦ୍ରକ: ଜିଲ୍ଲାର ବାଣୀତିଆ ପଞ୍ଚାୟତରେ ଅଭାବନୀୟ ଘଟଣା । ଶୋଇଥିବା ଅବସ୍ଥାରେ ଜଳିଗଲା ଘର । ଅଗ୍ନିକାଣ୍ଡରେ ମା’ ମୃତ, 10 ବର୍ଷର ନାବାଳିକା ଗୁରୁତର ଆହତ । ବାଣୀତିଆ ପଞ୍ଚାୟତର ମହଲା ସାହିର ପ୍ରଭାତ ବେହେରାଙ୍କ ଘରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ଗୁରୁତର ଅବସ୍ଥାରେ ନାବାଳିକାକୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଅଗ୍ନିକାଣ୍ଡରେ ଜୀବନ୍ତ ଜଳିଗଲା ମା’

ସବୁଦିନ ପରି ଗତକାଲି ପ୍ରଭାତଙ୍କ ସ୍ତ୍ରୀ ଭାରତୀ ଓ ଝିଅ ଘର ଭିତରେ ଶୋଇଥିଲେ । ହେଲେ ହଠାତ କୌଣସି କାରଣରୁ ନିଆଁ ଲାଗିବାକୁ ସମ୍ପୂର୍ଣ୍ଣ ଘର ଜଳିଯାଇଥିଲା । ଏହି ସମୟରେ ଘର ଭିତରେ ଫସି ରହିଥିଲେ ମା’ ଝିଅ ।ପରେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଭାରତୀଙ୍କୁ ଉଦ୍ଧାର କରାଯାଇପାରିନଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Mar 14, 2021, 8:13 AM IST

ABOUT THE AUTHOR

...view details