ଓଡିଶା

odisha

By

Published : Apr 14, 2021, 5:38 PM IST

ETV Bharat / state

ଅଗ୍ନିଶମ ବାହିନୀ ପକ୍ଷରୁ ମକ ଡ୍ରିଲ

ଅଗ୍ନିଶମ ବାହିନୀ ପକ୍ଷରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମକଡ୍ରିଲ କାର୍ଯ୍ୟକ୍ରମ ଗୋଟିଏ ସପ୍ତାହ ଧରି ଚାଲିବ । ଅଧିକ ପଢନ୍ତୁ...

ଅଗ୍ନିଶମ ବାହିନୀ ପକ୍ଷରୁ ମକ ଡ୍ରିଲ
ଅଗ୍ନିଶମ ବାହିନୀ ପକ୍ଷରୁ ମକ ଡ୍ରିଲ

ଭଦ୍ରକ: ଜିଲ୍ଲା ଅଗ୍ନିଶମ ବାହିନୀ ପକ୍ଷରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯଦି ମେଡିକାଲରେ ନିଆଁ ଲାଗିଯାଏ, କେଉଁ ଉପାୟରେ ନିଆଁର ପ୍ରକୋପରୁ ଲୋକମାନଙ୍କୁ ରକ୍ଷା କରାଯାଇପାରିବ, ସେଥିନେଇ ଏହି ମକଡ୍ରିଲ କରାଯାଇଛି ।

ଅଗ୍ନିଶମ ବାହିନୀ ପକ୍ଷରୁ ମକ ଡ୍ରିଲ

ଯାହାକି ମେଡିକାଲର ଛାତ ହେଉ କି ଅନ୍ୟ ସ୍ଥାନମାନଙ୍କରେ ନିଆଁ ଲଗାଯାଇ, ଫସି ଯାଇଥିବା ଲୋକଙ୍କୁ ଛାତ ଉପରୁ ଏକ ରଶି ସାହାଯ୍ୟରେ ଉଦ୍ଧାର କରାଯାଇଥିଲା । ଏହି ମକଡ୍ରିଲ କାର୍ଯ୍ୟକ୍ରମ ଗୋଟିଏ ସପ୍ତାହ ଧରି ଚାଲିବ । ବିଭିନ୍ନ ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଏହି ମକଡ୍ରିଲ କରାଯାଇ, ଲୋକମାନଙ୍କୁ ସଚେତନ କରାଯିବ ବୋଲି ଅଗ୍ନିଶମ ବାହିନୀ ପକ୍ଷରୁ ସ୍ଥିର କରାଯାଇଛି ବୋଲି ଜଣାପଡ଼ିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details