ଓଡିଶା

odisha

ନିଆଁ ଆଁରେ 3 ପରିବାରର 10 ବଖରା ଭସ୍ମୀଭୂତ

By

Published : Mar 13, 2021, 11:57 AM IST

ଅଗ୍ନିକାଣ୍ଡରେ ଜଳିଗଲା 3ଟି ପରିବାରର 10 ବଖରା ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ। ସୂଚନାନୁଯାୟୀ, ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଗଣିଜାଙ୍ଗ ତୁଣ୍ଡା ନରସିଂହପୁରରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଧିକ ପଢନ୍ତୁ...

ଅଗ୍ନିକାଣ୍ଡରେ ଜଳିଗଲା 3 ଟି ପରିବାରର 10 ବଖରା ଘର
ଅଗ୍ନିକାଣ୍ଡରେ ଜଳିଗଲା 3 ଟି ପରିବାରର 10 ବଖରା ଘର

ଭଦ୍ରକ: ଅଗ୍ନିକାଣ୍ଡରେ ଜଳିଗଲା 3ଟି ପରିବାରର 10 ବଖରା ଘର। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ। ସୂଚନାନୁଯାୟୀ, ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଗଣିଜାଙ୍ଗ ତୁଣ୍ଡା ନରସିଂହପୁରରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଉକ୍ତ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଜେନା, ନବ କିଶୋର ଜେନା ଓ ବିଷ୍ଣୁ ଚରଣ ଜେନାଙ୍କ ପରିବାର ଲୋକେ ନିଆଁ ଲାଗିବା ଦେଖି ଜୀବନ ବଞ୍ଚାଇବା ପାଇଁ ଜୀବନ ବିକଳରେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ।

ଅଗ୍ନିକାଣ୍ଡରେ ଜଳିଗଲା 3 ଟି ପରିବାରର 10 ବଖରା ଘର

ତେବେ ଘରେ ଥିବା ସମସ୍ତ ଆସବାବ ପତ୍ର, ସ୍ଵର୍ଣ୍ଣ ଅଳଙ୍କାର, ଧାନ, ଚାଉଳ, ବାଇକ ନଗଦ କିଛି ଟଙ୍କା ଜଳି ପୋଡି ଛାରଖାର ହୋଇଯାଇଥିଲା। ଏମିତିକି ଘରେ ଥିବା 300 କୁଇଣ୍ଟାଲରୁ ଊର୍ଦ୍ଧ୍ବ ଧାନ ଜଳି ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି। ଗୁହାଳ ଘର ମଧ୍ୟ ଅଗ୍ନି ପ୍ରଭାବିତ ହୋଇଥିବାରୁ 7ରୁ ଉର୍ଦ୍ଧ୍ବ ଗୋରୁ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।

ବିଦ୍ୟୁତ ସଟ୍ ସର୍କିଟ ଦ୍ବାରା ଏଭଳି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ନିଆଁ ଲାଗିବା ଖବର ପାଇ ଆଗରପଡା ଓ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ପୋଡିଯାଇଥିବା ସମସ୍ତ ସମ୍ପତ୍ତିର ଆନୁମାନିକ ମୂଲ୍ୟ 15 ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details